ବାଣପୁର ଆରୋଗ୍ୟ ସଦନ ତରଫରୁ ଉପକାରିତା ସଂପର୍କରେ ଆଲୋଚନାଚକ୍ର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଆରୋଗ୍ୟ ସଦନ କେନ୍ଦ୍ର ତରଫରୁ ମଙ୍ଗଳବାର ଦିନ ଏକ ସଚେତନତା ଓ ଉପକାରିତା ସଂପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ସ୍ବର୍ଗତ କବିରାଜ ଭାସ୍କର ସେନାପତି ଙ୍କ ଶ୍ରୁତି କୁ ମନେ ପକେଇବା ପାଇଁ ବାଣପୁର ଆରୋଗ୍ୟ ସଦନ କେନ୍ଦ୍ର ର ମାଲିକ ତଥା ସ୍ବର୍ଗତ ଭାସ୍କର ସେନାପତି ଙ୍କ ପୁତ୍ର ରୁପେଶ ସେନାପତି ଙ୍କ ସଭାପତିତ୍ବ ରେ ଗାଲୁଆ ଛକ ସ୍ଥିତ ଫୁଡ୍ ଜୋନ ର କନଫରେନ୍ସ ହଲ ରେ ଆୟୁର୍ବେଦିକ ଓ ହୋମ୍ ପାତିକି ର ସମସ୍ତ ପ୍ରକାର ର ରୋଗ ର ଔଷଧୀୟ ଗୁଣ କୁ ନେଇ ସେ ସମ୍ପର୍କ ରେ ସଚେତନତା ଓ ଉପକାରିତା ଉପରେ ଆଲୋଚନା କରିଥିଲା । ଉକ୍ତ ଆଲୋଚନା ଚକ୍ର ରେ ରାଜସ୍ଥାନ ଡେଜୟ କମ୍ପାନୀ ର ଏମ୍ଡି ରତନ ସିଂ ମୁଖ୍ୟା ବକ୍ତା ଭାବରେ ଯୋଗଦେଇ ଆୟୁର୍ବେଦିକ ଔଷଧ ସେବନ କରିବା ଦ୍ୱାରା କିପରି ଭାବରେ ରୋଗ ରୁ ମୁକ୍ତି ପାଉଛନ୍ତି ସେ ସମ୍ପର୍କ ରେ ଆଲୋଚନା କରିବା ସହ ବକ୍ତବ୍ୟ ଦେଇଥିଲେ । ବିଭିନ୍ନ ପ୍ରକାର ରୋଗର ରୁ ମୁକ୍ତି ପାଇବା ପାଇଁ ଆୟୁର୍ବେଦିକ ସମସ୍ତ ପ୍ରକାର ଔଷଧ ବାଣପୁର ଆରୋଗ୍ୟ ସଦନ ରେ ଉପଲବ୍ଧି ଅଛି ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ଅନନ୍ତ ଚରଣ ଖଟେଇ , ପ୍ରଭାତ କୁମାର ବେହେରା , ଖଣ୍ଡେଶ୍ୱର ଜେନା, ରବି ନାରାୟଣ ଜେନା ଓ ଶିକ୍ଷାବିତ୍ ସର୍ବେଶ୍ଵର ଷଡଙ୍ଗୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।।

Leave a Reply

Your email address will not be published. Required fields are marked *