ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜୀବନ ଜୀବିକା ଯୋଗାଉଛି ବାଉଁଶ କରଡ଼ି ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ବର୍ତ୍ତମାନ ସକାଳୁ ସକାଳୁ ବଜାର ରାସ୍ତାରେ ବାଉଁଶ କରଡ଼ି ବିକ୍ରି ହେଉଥିବାର ଦେଖିବାକୁ ମିଳିଛି ! ଲୋକମାନେ ଆଗ୍ରହରେ ଏହି ବାଉଁଶ କରଡ଼ି କ୍ରୟ କରୁ ଥିବାର ଦେଖାଯାଉଛି ! ଦୁର୍ଗମ ଅଞ୍ଚଳରୁ ବାଉଁଶ କରଡ଼ି ଆଣି ବିକ୍ରି ବଟା କରୁଛନ୍ତି ଲୋକେ । ବର୍ତ୍ତମାନ ବାଉଁଶ କରଡ଼ି ଜୀବନ ଜୀବିକା ଯୋଗାଇଥିବାର ଦେଖିବାକୁ ମିଳିଛି । ଦୁଇ ପଇସା ରୋଜଗାର ଆଶାରେ ଏହି ବେପାର ଆପଣେଇଥିବା ଜଣା ପଡିଛି ।
ଜୀବନ ଜୀବିକା ଯୋଗାଉଛି ବାଉଁଶ କରଡ଼ି !!!

