ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ବିଷୁବ ମିଳନ କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ପର୍ବ !!!

0
457

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପବିତ୍ର ମହା ବିଷୁବ ସଂକ୍ରାନ୍ତି ଅବସରରେ ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ସ୍ଥାନୀୟ ଭାରତୀୟ ବିଦ୍ୟା ନିକେତନ ପରିସରରେ କୋଭିଡ କଟକଣା ପାଳନ କରାଯାଇ ବିଷୁବ ମିଳନ ଉତ୍ସବ ପାଳିତ ହୋଇଯାଇଛି l ଏହି ଉତ୍ସବରେ କବିତା ପାଠୋତ୍ସବ, ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା l ପ୍ରଥମ ପର୍ଯ୍ୟlୟରେ ଅନୁଷ୍ଠିତ କବିତା ପାଠୋତ୍ସବକୁ ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ଏବଂ ଗୋବର୍ଦ୍ଧନ ପ୍ରଧାନ ସଂଚାଳନ କରିଥିବା ବେଳେ କlଞ୍ଚନବାଳା ମଲ୍ଲ, ମୀନର୍ଭl ମହାପାତ୍ର ଓ ଶ୍ଵେତାଶ୍ରୀ ମହାରଣା ସଂଯୋଜନା କରିଥିଲେ l ଦ୍ଵିତୀୟ ପର୍ଯ୍ୟାୟରେ ଆୟୋଜିତ ସାରସ୍ୱତ ସମାରୋହରେ ଭାଷାବିତ ଓ ଜଗନ୍ନାଥ ତତ୍ତ୍ୱ ଗବେଷକ ଅନ୍ତର୍ଯ୍ୟାମୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାହିତ୍ୟରେ ନିର୍ଭିକତା ଓ ସତ୍ୟାନୁସନ୍ଧlନ ରହିବା ଆବଶ୍ୟକ ବୋଲି ମତ ଦେବା ସହିତ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସାହିତ୍ୟାଚାର୍ଯ୍ୟ ପଣ୍ଡିତ ଭୂପତି ଭୂଷଣ ମିଶ୍ର ସମାଜରେ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ ବୋଲି କହିଥିଲେ l ସମାଜର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାହିତ୍ୟ ସୃଷ୍ଟିହେବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ l ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟା ସଂଯୁକ୍ତା ମହାପାତ୍ର ଓ ସାହିତ୍ୟ ସମାଜର ମୁଖ୍ୟ ଉପଦେଷ୍ଟା ଜୟ ନାରାୟଣ ମହାପାତ୍ର ସମ୍ମାନିତ ଅତିଥିଭାବେ ମଞ୍ଚାସିନ ଥିଲେ l ସାହିତ୍ୟ ସମାଜର ସଭାପତି ପ୍ରାଧ୍ୟାପକ ଅକ୍ଷୟ କୁମାର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଡ.ଦୟାନିଧି ଦାଶ ଅତିଥି ମାନଙ୍କର ପରିଚୟ ଦେଇଥିବା ବେଳେ ପ୍ରାଧ୍ୟାପଜ ରାଜକିଶୋର ଆଚାରୀ ସ୍ୱାଗତ ଭାଷଣ ଦେଇଥିଲେ l ସମ୍ପାଦକ ପ୍ରାଧ୍ୟାପକ ହିମାଂଶୁ ଶେଖର ଦ୍ୱିବେଦୀ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ l ଏହି ଅବସରରେ ପଣ୍ଡିତ ଭୂପତି ଭୂଷଣ ମିଶ୍ରଙ୍କୁ ସାହିତ୍ୟ ସମାଜ ପକ୍ଷରୁ ଉତ୍ତରୀୟ ଓ ଫଳକ ପ୍ରଦାନ କରାଯାଇ ବିଷୁବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା l ପ୍ରାରମ୍ଭରେ ନିମାଇଁ ଚରଣ ମାଝିଙ୍କ ନିର୍ଦ୍ଦେଶନାରେ ଶ୍ରଦ୍ଧାଞ୍ଜଳି ଦାସ, ମନୋଜିତ ଦାସ ଓ ସାଥିମାନେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିଲେ l କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ କବି ଦୟାନିଧି ନାୟକ ଓ କବି ଭୁବନ ମୋହନ ମହାନ୍ତିଙ୍କ ସଂଚlଳନାରେ, କବୟିତ୍ରୀ ବ୍ରଜେଶ୍ବରୀ ସିଂ, ଦୀପ୍ତି ସାମଲ, କବି ସୁଦାମ ଚରଣ ନାୟକଙ୍କ ସଂଯୋଜନାରେ ଅନ୍ତିମ ପର୍ଯ୍ୟାୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା l ସାହିତ୍ୟ ସମାଜର ସଦସ୍ୟ ସୁରେନ୍ଦ୍ର କୁମାର ଦାଶ, ମନୋରଞ୍ଜନ ଦାସ, ମାନସ ନାୟକ ପ୍ରମୁଖ ଉତ୍ସଵ ପରିଚାଳନାରେ ସହଯୋଗ କରିଥିବା ବେଳେ ଶେଷରେ ସମ୍ପାଦକ ଅଜୟ କୁମାର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here