ପାରଳାଖେମୁଣ୍ଡି ସହରରେ ଛତୁ ଫୁଟିଲା ଭଳି ଗଢି ଉଠୁଛି ମାଛ ମାଂସ ଦୋକାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସହରରେ ଛତୁ ଫୁଟିଲା ଭଳି ଗଢି ଉଠୁଛି ମାଛ ମାଂସ ଦୋକାନ ! ପୌର ପରିଷଦ ଟିକସ ଆଦାୟରେ ବାଉଳା, ବେପାରୀଙ୍କୁ ଲଗାମ ଛଡ଼। କରିଛି ପୌର ପରିସଦ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଦିନକୁ ଦିନ ମାଛ ମାଂସ ଦୋକାନ ଛତୁ ଫୁଟିଲା ଭଳି ଗଢି ଉଠୁଛି ! ଏଥି ପ୍ରତି ପୌର ପରିଷଦର ଅଙ୍କୁଶ ନାହିଁ , କେବଳ ଟିକସ ଆଦାୟ କରିବାରେ ବାଉଳ। ରହିଛି ପୌର ପରିଷଦ ! ସହରର ବିଭିନ୍ନ ଛକ ସାହି ଗଳି ରାସ୍ତା କଡରେ ଖୋଲା ହୋଇଥିବା ଏହି ମାଛ ମାଂସ ଦୋକାନ ର ଅପରିଷ୍କାର ଦୂଷିତ ପଦାର୍ଥ କାରଣରୁ ପରିବେଶ ଗନ୍ଧମୟ ହୋଇ ପଡିଥିବା ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ରାସ୍ତା ପାର୍ଶ୍ୱ ଦୋକାନରେ ଛେଳି ମାରି ଟାଙ୍ଗିବ। ଦ୍ୱାରା ରାସ୍ତାରେ ଯାଉଥିବା କୋମଳ ମତି ଶିଶୁ , ଛାତ୍ରଛାତ୍ରୀଙ୍କ ଉପରେ କଣ ପ୍ରଭାବ ପଡ଼ିବ ପୌର ପରିଷଦ ଚିନ୍ତା କରିବା କଥା ! ସହରର ଗୋଟିଏ ସ୍ଥାନରେ ମାଛ ମାଂସ ବିକ୍ରୀ ବଟ। କରିଲେ ଟ୍ରାଫିକ ସମସ୍ୟା ଦୂର ହେବା ସହ ପରିବେଶ ପରିଷ୍କାର ରହି ପାରିଥାନ୍ତ। ବୋଲି ସାଧାରଣରେ ମତ ପ୍ରକାଶ ପାଉଛି !

Leave a Reply

Your email address will not be published. Required fields are marked *