ରଘୁନାଥପୁରରେ ମା ମଙ୍ଗଳାଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ଖୋର୍ଦ୍ଧା ଜିଲ୍ଲା ନାଲୁପଡ଼ା ଅର୍ଜୁନପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗ୍ରାମରେ, ପୂର୍ବରୁ ଏକ ବରଗଛ ମୂଳେ ପୂଜାପାଇ ଆସୁଥିବା ଗ୍ରାମର ଇଷ୍ଟଦେବୀ ମା ମଙ୍ଗଳାଙ୍କର ନୂତନ ମନ୍ଦିର ସହିତ ବିଗ୍ରହ ପ୍ରତିଷ୍ଠା ହୋଇଯାଇଛି ! ଏହି ଉପଲକ୍ଷେ ବିଶ୍ଵଶାନ୍ତି ମହାଯଜ୍ଞର ଆୟୋଜନ କରାଯାଇଥିଲା l ଗ୍ରାମର ବସନ୍ତ କୁମାର ମହାପାତ୍ର ଓ ଯଜ୍ଞ ପୁରୋଧା ଗୋକୁଳାନନ୍ଦ ତ୍ରିପାଠୀ ଏବଂ କୁଞ୍ଜବିହାରୀ ମହାପାତ୍ର ଏବଂ ଶହ ଶହ ଭକ୍ତଙ୍କ ସହଯୋଗ ଏବଂ ଉପସ୍ଥିତି ରେ କାର୍ଯ୍ୟ ସମାପନ ହୋଇଥିଲା ! ଗ୍ରାମରେ ପରିବେଶ ବେଶ ଆଧ୍ୟାତ୍ମିକ ହୋଇ ଉଠିଥିଲା l ପ୍ରଥମ ଦିନ ଅଙ୍କୁରାରୋପଣ ସହିତ ଦ୍ୱିତୀୟ ଦିନ କଳସ ଯାତ୍ରା , ଗୋପୂଜା, ଶାଲପୂଜା, ଅଶ୍ୱ ନଗର ଭ୍ରମଣ ସହିତ ଅନ୍ତିମ ପର୍ଯ୍ୟାୟରେ ପୂର୍ଣ୍ଣାହୁତି ପର୍ବ ସହିତ ମା’ ଙ୍କର ନୂତନ ମନ୍ଦିରରେ ନୂତନ ପ୍ରତିମା ସ୍ଥାପନ ହୋଇଥିଲା l

Leave a Reply

Your email address will not be published. Required fields are marked *