ଚିନ୍ମୟ ଫାଉଣ୍ଡେସନର ୨୯୦ ତମ ସାପ୍ତାହିକ ମିଶନ୍‌ ଅମୃତ ହସ୍ତମ୍ ସେବା କାର୍ଯ୍ୟ : ୮୧ ତମ ସମୀକ୍ଷା ବୈଠକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମାଜସେବାକୁ ନିଜ ଜୀବନର ବ୍ରତ ଭାବରେ ଆଦରିନେଇ ଗତ ୨୨ ମାର୍ଚ୍ଚ ୨୦୨୦ ମସିହାରୁ ଆଦ୍ୟାବଧି ୨୦୩୦ ଦିନ ଧରି ନିରବଛିନ୍ନ ପ୍ରକ୍ରିୟାରେ ଅସହାୟ, ଦିବ୍ୟାଙ୍ଗ ଓ ବୁଭୁକ୍ଷୁ ଜନତାଙ୍କୁ ସେବା ଯୋଗାଇ ଆସିଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ। ଫାଉଣ୍ଡେସନ ଦ୍ଵାରା ଜିରୋ ହାବିଟାଟ୍ ପିପୁଲ୍ସ ମାନଙ୍କ ପାଇଁ ପରିଚାଳିତ କାର୍ଯ୍ୟକ୍ରମ ମିଶନ୍‌ ଅମୃତ ହସ୍ତମ୍ ପକ୍ଷରୁ ଗତ ଅକ୍ଟୋବର ୫ତାରିଖରୁ ଅକ୍ଟୋବର ତାରିଖ ୧୧ ପର୍ଯ୍ୟନ୍ତ ଅର୍ଥାତ ଫାଉଣ୍ଡେସନ୍‌ର ୨୯୦ ତମ ସାପ୍ତାହିକ ସେବା କାର୍ଯ୍ୟ (ଫାଉଣ୍ଡେସନର ଦିନ ସଂଖ୍ୟା ୨୦୨୪ରୁ ୨୦୩୦ ପର୍ଯ୍ୟନ୍ତ) ଓଡ଼ିଶାର ବିଭିନ୍ନ ସ୍ଥାନରେ ଦୁଃଖୀ, ଗରିବ, ଅସହାୟ, ବୁଭୁକ୍ଷୁ, ବିକଳାଙ୍ଗ, ରୋଗୀ ତଥା ବୃଦ୍ଧ ବୃଦ୍ଧା ମାନଙ୍କୁ ରିଲିଫ ଯୋଗାଣ ସହ ମହାମାରୀ କୋଭିଡ କିଟ୍ ବଣ୍ଟନ ଆଦି କରାଯାଇଥିବାର ଦେଖିବାକୁ ମିଳିଛି। ଏଥିରେ ଶ୍ରୀକ୍ଷେତ୍ର ସାହୁ, ସୌମ୍ୟରଞ୍ଜନ ଦାସ ଆଦି ସହଯୋଗ କରିଥିଲେ। ପ୍ରତି ୨୫ ଦିନରେ କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା କରାଯାଉଥିବା ବେଳେ ୨୦୨୫ତମ ଦିବସରେ ୮୧ ତମ ସମୀକ୍ଷା ବୈଠକ ଗତ ୬ ତାରିଖ ସୋମବାର ଦିନ ସ୍ଥାନୀୟ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ପରିସରରେ ଅନୁଷ୍ଠିତ ହୋଉଯାଇଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅନ୍ତର୍ଜାତୀୟ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ସମୀକ୍ଷକ ଭାବରେ ମାଷ୍ଟର ମିହିର କୁମାର, ପ୍ରଫୁଲ୍ଲ କୁମାର ଦାଶ, ହେନା ରାଣୀ ଯେନା, ପ୍ରୀତିମୟୀ ବେହେରା, ସନ୍ଧ୍ୟାରାଣୀ ଯେନା, ଦୀପା ରାଣୀ ବେହେରା, ନନ୍ଦିନୀ ବେହେରା, ଦୀପକ ଯେନା, ମହାନ୍ତି ମାରାଣ୍ଡି, ଅନୁଷ୍କା ପରିଡା ଆଦି ଯୋଗ ଦେଇଥିଲେ।

 

 

 

Leave a Reply

Your email address will not be published. Required fields are marked *