ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ରୌପ୍ୟ ଜୟନ୍ତୀ ପାଳନ କରିବ ବାଙ୍କୀ ମହୋତ୍ସବ ! ଆସନ୍ତା ସାତ ତାରିଖ ମଙ୍ଗଳବାର ଦିନ ମହୋତ୍ସବ କୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ! ତେବେ ଚଳିତ ବର୍ଷ କାର୍ଯ୍ୟସୂଚୀ ଚୂଡାନ୍ତ ହୋଇ ନିମନ୍ତ୍ରଣ ପତ୍ର ଛପାଯାଇ ବଣ୍ଟାଯିବା ପରେ ଜୋର ଧରିଛି ଆଲୋଚନା ! ଯାହା ଗତ ଚବିଶ ବର୍ଷ ରେ ହୋଇ ନଥିଲା ତାହା ଏବର୍ଷ ହେବାକୁ ଯାଉଛି , ଅର୍ଥାତ ବାଙ୍କୀ ମହୋତ୍ସବ ର ଗରିମାମୟ ମଞ୍ଚକୁ ଆସିବେ ଖୋଦ ମୁଖ୍ୟମନ୍ତ୍ରୀ ! ଚବିଶ ବର୍ଷ କାର୍ଯ୍ୟକ୍ରମ ମଧ୍ୟରୁ ଉଣିଶ ବର୍ଷ ତ୍ରିପାଠୀ ଆଣ୍ଡ ସନସ ବିଜେଡି ବିଧାୟକ ମହୋତ୍ସବର ସଭାପତି ଥାଇ ସୁଦ୍ଧା ନବୀନ ବାବୁ ଙ୍କୁ ବାଙ୍କୀ ମହୋତ୍ସବ କୁ ଆଣି ପାରିନଥିଲେ , କିନ୍ତୁ ମଞ୍ଚ ପୁରା ସବୁଜ ସବୁଜ ରହୁଥିଲା ! ଅନ୍ୟ ପାଞ୍ଚ ବର୍ଷ ସଭାପତି ଭାବରେ ରହିଥିଲେ ବିରୋଧୀ ଦଳ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ! ଅବଶ୍ୟ ତାଙ୍କ ସମୟରେ ମହୋତ୍ସବ ମଞ୍ଚରେ ନିରପେକ୍ଷତା ଥିଲା କିନ୍ତୁ କୋଡିଏ ପାଖାପାଖି କଂଗ୍ରେସିଆ ମଞ୍ଚ ଆଦରି ବସି ରହୁଥିଲେ ! ନୂଆ ସରକାର କୁ ରାଜ୍ୟରେ ଏକ ବର୍ଷ ହୋଇଥିବା ବେଳେ ସରକାର କେବଳ ରଙ୍ଗ ବଦଳ କାମ କରୁଛନ୍ତି ବୋଲି କହୁଥିବା ବାଙ୍କୀ ବିଧାୟକ , ନିଜେ ବଦଳାଇ ଦେଇଛନ୍ତି ବାଙ୍କୀ ମହୋତ୍ସବ ମଞ୍ଚର ରଙ୍ଗ ! ତେବେ ବାଙ୍କୀ ରାଜନୀତି କୁ ନେଇ ଯାହାବି ସମୀକରଣ ହେଉ କି ଆଲୋଚନା ହେଉ , କିନ୍ତୁ ମହୋତ୍ସବ ମଞ୍ଚ ପରି ସାଂସ୍କୃତିକ ଐତିହ୍ୟ ପରମ୍ପରା ସ୍ଥଳୀ ରେ ଏ ରଙ୍ଗ ବଦଳା କାମ କୁ ସ୍ୱାଗତ କରିଛନ୍ତି ସାଧାରଣ ଜନତା ଏବଂ ବୁଦ୍ଧୀଜୀବି !

