ଦିବଂଗତ ସାମ୍ବାଦିକ ଚକ୍ରବର୍ତ୍ତୀ ଓତା ଙ୍କୁ ଶ୍ରଦ୍ଧାସୁମନ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଦିବଂଗତ ସାମ୍ବାଦିକ ଚକ୍ରବର୍ତ୍ତୀ ଓତା ଙ୍କୁ ଶ୍ରଦ୍ଧାସୁମନ ! ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସାମାଜିକ କର୍ମୀ ତଥା ପାରାଦୀପ ର ଆୱାଜ ମିଡ଼ିଆ ପ୍ରତିନିଧି ସ୍ୱର୍ଗତ ଚକ୍ରବର୍ତ୍ତୀ ଓତା ଙ୍କ ଦ୍ଵାଦଶାହରେ କଟକ ସଦର କନ୍ଦରପୁର ଠାରେ ସ୍ମୃତି ସଭା ଆୟୋଜିତ ହୋଇଯାଇଛି ! କନ୍ଦରପୁର ଅଂଚଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସରସ୍ବତୀ କଳା ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବହୁ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ! ଅନୁଷ୍ଠାନର ସମ୍ପାଦକ ଅଶୋକ ପଟ୍ଟନାୟକ ଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ , ଆୱାଜ ମିଡ଼ିଆ ର ବ୍ୟୁରୋ ଚିଫ ସତ୍ୟବ୍ରତ ଦାଶ ଯୋଗ ଦେଇଥିବା ସମୟରେ ଇଂ ସେବକ ଶ୍ରୀକାନ୍ତ ମଞ୍ଚ ପରିଚାଳନା କରିଥିଲେ !

Leave a Reply

Your email address will not be published. Required fields are marked *