ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଅନ୍ତର୍ଗତ ଖରସଣ୍ଢା ପଞ୍ଚାୟତର ଖରସଣ୍ଢା ସ୍ଥିତ ରାଜୀବ ମେମୋରୀୟଲ ହାଇସ୍କୁଲ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2025 ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ 13 ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇଥିବା ବେଳେ ଯେଉଁମାନେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିବେ ସେମାନେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେଇପାରିବେ।ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ଛାତ୍ର ଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ କରିବା ସହ ନିଜର ରୁଚି, ଇଚ୍ଛା ଅନୁସାରେ ଭବିଷ୍ୟତ ଗଢିବାରେ ସଫଳ ହେବା ତତ ସଙ୍ଗେ ସଙ୍ଗେ ଓଡ଼ିଶାର କଳା ସଂସ୍କୃତି ଏବଂ ଏତିହ୍ୟ ଅତ୍ୟନ୍ତ ଉଚ୍ଚ କୋଟିର ଏହି କଳା ସଂସ୍କୃତି ଏତିହ୍ୟକୁ ପିଲାମାନେ ଜାଣିବେ ଓ ବଜାୟ ରଖିବ।ସହିତ ଓଡ଼ିଶାର ବିକାଶ ରଥକୁ ଆଗକୁ ନେବେ।ଏହି କାର୍ଯ୍ୟକ୍ରମରେ ସି ଆର ସି ସି ଟୁଲୁଗୁ ସୁନୀଲ କୁମାରଙ୍କ ତତ୍ତ୍ୱାବଧାନରେ ଏହି କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବାବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଵାଲା ରାଜେଶେଖରମ୍ ,ଜୀ ଈଶ୍ୱର ରାଓ,ଏମ୍ ସୋମେଶ୍ୱର ରାଓ, ବି ରାମ୍ କ୍ରୀଷ୍ଣ।,ପି ମୋହନ ରାଓ,ମଧୁସ୍ମିତା ତ୍ରିପାଠୀ,ଏସ୍ ଭାରତୀ,ରାମଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2025 ଅନୁଷ୍ଠିତ !!!

