ନୟାଗଡ଼ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ନାରଦ ଜୟନ୍ତୀ ଉତ୍ସବ ନୟାଗଡ ଜିଲ୍ଲା ପରିଷଦ ସୃଜନ ସମ୍ମିଳନୀ ଗୃହ ରେ ଅନୁଷ୍ଠିତ ହୋଇଅଛି । ଏହି କର୍ଯ୍ୟକ୍ରମ ରେ ଜିଲ୍ଲା ର ସାମ୍ବାଦିକ ବନ୍ଧୁ ମାନଙ୍କୁ ଉତ୍ସାହିତ କରାଯାଇଥିଲା ! ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ରାଷ୍ଟ୍ରୀୟ ସୟଂ ସେବକ ସଙ୍ଘ ର ପୂର୍ବ କ୍ଷେତ୍ର ଜାଗରଣ ପ୍ରମୁଖ ଶ୍ରୀମାନ୍ ବିନୟ ଭୂୟାଁ , ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ନୟାଗଡ ଜିଲ୍ଳା ପରିଷଦ ସଭାପତି ଶ୍ରୀଯୁକ୍ତ ଇଂ ଦେବାଶିଷ ପଟ୍ଟନାୟକ , ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରୀୟ ସୟଂ ସେବକ ସଙ୍ଘ ର ଜିଲ୍ଳା ସଂଘ ଚାଳକ ଶ୍ରୀଯୁକ୍ତ ହରପ୍ରସାଦ ରଣସିଂହ ଓ ବିଶ୍ୱ ସମ୍ବାଦ କେନ୍ଦ୍ର ଜିଲ୍ଳା ପ୍ରଚାର ପ୍ରମୂଖ ଶ୍ରୀମାନ୍ ସୌମ୍ୟ ପ୍ରସାଦ ପରିଡ଼ା ! ମଞ୍ଚ ପରିଚାଳନା କରିଥିଲେ ଶ୍ରୀଯୁକ୍ତ କମଳକାନ୍ତ ନାୟକ ! ଏହି କାର୍ଯ୍ୟକ୍ରମ ରେ ନାରଦ ଜୟନ୍ତୀ ବିଷୟରେ ବକୃତା ପ୍ରଦାନ କରିଥିଲେ ମୁଖ୍ୟ ବକ୍ତା ବିନୟ ଭୂୟାଁ , କେଉଁ ଉଦ୍ଦେଶ୍ୟରେ ନାରଦ ଜୟନ୍ତୀ ପାଳନ କରାଯାଏ , ନାରଦ ଙ୍କ ଭୂମିକା କଣ , ସାମ୍ୱାଦିକଙ୍କୁ କଣ ପାଇଁ ନାରଦ ଙ୍କ ସହ ତୁଳନା କରାଯଇଥାଏ ଏବଂ ଆମ ସମାଜରେ ସାମ୍ୱାଦିକ ମାନଙ୍କ ଭୂମିକା କଣ ଏହି ସବୁ ବିଷୟରେ କହିଥିଲେ !
ଜିଲ୍ଲା ପରିଷଦ ସୃଜନ ଗୃହରେ ନାରଦ ଜୟନ୍ତୀରେ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧନା !!!

