ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଆଜି ହେଉଛି ବିଶ୍ୱ ଶ୍ରମିକ ଦିବସ ! ବିଭିନ୍ନ ସାମ୍ବାଦିକ ସଂଗଠନ ଏହାକୁ ମେ ଡେ ଭାବରେ ପାଳନ ମଧ୍ୟ କରିଥାନ୍ତି ! ତେବେ ଚଳିତ ବର୍ଷ ଓୟୁଜେ ର ଡାକରାରେ ସାରା ରାଜ୍ୟରେ ପେନସନ, ପ୍ରୋଟେକ୍ସନ ଓ ଆକ୍ରିଡେସନ୍ କୁ ନେଇ ପ୍ରଭାବୀ ଢ଼ଙ୍ଗରେ ହୋଇଛି ପ୍ରତିବାଦ । ଶ୍ରମିକ ଦିବସ କୁ ପ୍ରତିବାଦ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା ଓୟୁଜେ ! ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ପେନସନ, ପ୍ରୋଟେକ୍ସନ ଓ ଆକ୍ରିଡେସନ ଭଳି ତିନୋଟି ପ୍ରମୁଖ ଦାବୀକୁ ନେଇ ଜିଲ୍ଲାପାଳ ଅଫିସ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା ।
ମେ’ଡେ କୁ ପ୍ରତିବାଦ ଦିବସ ଭାବରେ ପାଳିଲା ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ !!!

