କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ୧୦୦ବର୍ଷରୁ ଉର୍ଦ୍ଧ ଲାଲବାଗ ଥାନା ସ୍ଥାନାନ୍ତରିତ ନେଇ ଅସନ୍ତୋଷ ବ୍ୟକ୍ତ କଲା ଆମ ଆଦମୀ ପାର୍ଟି । ଏହା କେବଳ ଏକ ଥାନା ନୁହେଁ ବରଂ ଓଡ଼ିଆ ମାଟି ଓ ଜଗନ୍ନାଥ ସଂସ୍କୃତି ସଂସ୍କୃତି ସହ ଏହା ଜଡିତ ବୋଲି ପ୍ରତିକ୍ରିୟା ରଖିଛି ଆପ । ଲାଲବାଗ ଥାନା ସ୍ଥାନାନ୍ତରକୁ ବିରୋଧ କରିବା ସହ ଏହାକୁ ସେହି ସ୍ଥାନରେ ପୁନଃସ୍ଥାପିତ କରାଯାଉ ବୋଲି କଟକ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ଏହି ପରିପ୍ରେକ୍ଷୀରେ ଦଳ ପକ୍ଷରୁ ପ୍ରଦାନ କରାଯାଇଛି । ଏହା ବ୍ୟତୀତ ଦାବିପତ୍ର ପ୍ରଦାନ ସମୟରେ ସୋମବାର ଜନ ଅଭିଯୋଗ ଶୁଣାଣି ପାଇଁ କୌଣସି ଅଧିକାରୀ ଉପସ୍ଥିତ ନ ରହିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ସାଧାରଣ ଲୋକ ଏଥିପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଉପରେ ମଧ୍ୟ ଯୁକ୍ତି ବାଢିଛି ଆପ ।
ଲାଲବାଗ ଥାନା ସ୍ଥାନାନ୍ତରକୁ ଆପ ର ବିରୋଧ !!!

