ଚିଲିକା – ବାଲୁଗାଁ ରୋଟାରୀ କ୍ଲବ ପରିଦର୍ଶନରେ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା – ବାଲୁଗାଁ ରୋଟାରୀ କ୍ଲବରେ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣରଙ୍କ ପରିଦର୍ଶନ ଆଜି ସ୍ଥାନୀୟ ଦିଗନ୍ତିକା ହୋଟେଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ରୋଟାରୀ ସଭାପତି ରୋଟାରୀଆନ ଗଜେନ୍ଦ୍ର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ରୋଟାରୀ ପ୍ରାନ୍ତପାଳ ରୋଟାରୀଆନ ମନୋଜ କୁମାର ତ୍ରିପାଠୀ ଓ ସହ -ପ୍ରାନ୍ତପାଳ ନନ୍ଦକିଶୋର ମିଶ୍ର ପ୍ରଥମେ ଶ୍ରୀ ଜଗନ୍ନାଥ ଓ ରୋଟାରୀ ସଂସ୍ଥାପକ ପଲ ହରିଶ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସଭାପତିଙ୍କ ନିର୍ଦ୍ଦେଶରେ ଜାତୀୟ ସଂଗୀତ ଗାନ କରାଯାଇଥିଲା l ସଭାପତି ଗଜେନ୍ଦ୍ର ସେଠି ସ୍ୱାଗତ ଭାଷଣ ଦେବା ପରେ ସମ୍ପାଦକ ରୋଟାରୀଆନ ଯଦୁମଣି ତରାଇ ବାର୍ଷିକ ପ୍ରକଳ୍ପ ବିବରଣୀ ଉପସ୍ଥାପନ କରିଥିଲେ l ଏହାପରେ ସହ ପ୍ରାନ୍ତପାଳ ନନ୍ଦକିଶୋର ମିଶ୍ର ଅନ୍ତର୍ଜାତୀୟ ରୋଟାରୀ କ୍ଲବରେ ନିଜର ଅଭିଜ୍ଞତା ଉପସ୍ଥାପନ କରିବା ପରେ ରୋଟାରୀ ପ୍ରାନ୍ତପାଳ ମନୋଜ କୁମାର ତ୍ରିପାଠୀ ଓ ରୋଟାରୀ ଜିଲ୍ଲାର ପ୍ରଥମ ମହିଳା ମଧୁସ୍ମିତା ତ୍ରିପାଠୀ ବାଲୁଗାଁ ରୋଟାରୀ କ୍ଲବର ବିଭିନ୍ନ ଜନହିତକର ପ୍ରକଳ୍ପର ଭୁୟସୀ ପ୍ରଶଂସା କରିବା ପରେ ରୋଟାରୀ ପାଇଁ ଅଧିକ ଉତ୍ସର୍ଗୀକୃତ ହେବା ପାଇଁ ଆହ୍ୱାନ ଦେଇଥିଲେ l ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ବରିଷ୍ଠ ରୋଟାରୀଆନ ଜାନକୀ ବଲ୍ଲଭ ପଟ୍ଟନାୟକ l ଏହି ଅବସରରେ ବାଣପୁର ବ୍ଲକର ମାଟ୍ରିକ ଟପର ସୁଶ୍ରୀ ରୁପା ସେଣ ଓ ଚିଲିକା ବ୍ଲକର ମାଟ୍ରିକ ଟପର ଶୁଭ ଲଷ୍ମୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିସହ ଆଗାମୀ ରୋଟାରୀ ବର୍ଷର ସଭାପତି ଯଦୁମଣି ତରାଇ ଓ ଦ୍ୱାରିକାନାଥ ନନ୍ଦ, ସମ୍ପାଦକ ପିୟୁଷ ହରିଚନ୍ଦନ ଓ ସୁରେଶ ମହାପାତ୍ର ଓ କ୍ଲବ ର ପ୍ରଥମ ମହିଳା ପ୍ରତିମା ସେଠିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିସହ ପଲ ହରିଶ ଫାଉଣ୍ଡେସନ ପାଇଁ ମନୋନୀତ ହୋଇଥିବା ରୋଟାରୀଆନମାନଙ୍କୁ ଅତିଥି ମଧୁସ୍ମିତା ତ୍ରିପାଠୀ ସମ୍ବର୍ଦ୍ଧିତ କରିଥିଲେ l ଖୋର୍ଦ୍ଧା ଓ ଜଟଣୀ ରୋଟାରୀ କ୍ଲବର ଆସିଷ୍ଟାଣ୍ଟ ଗଭର୍ଣ୍ଣର ଡକ୍ଟର କୈଳାସ ଚନ୍ଦ୍ର ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ରୋଟାରୀଆନ ତଥା ସୁନାମଧନ୍ୟ ଚିକିତ୍ସକ ଡକ୍ଟର ସୁରେନ୍ଦ୍ରନାଥ ଦାସ, l କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପ୍ରାକ୍ତନ ସଭାପତି ସତ୍ୟନ୍ଦ୍ର ସ୍ୱାଇଁ, ନମିତା ଝା, ସତ୍ୟନାରାୟଣ ମହାପାତ୍ର, ସବିତା ପାତ୍ର, ଶ୍ରୀକାନ୍ତ ପାଇକରାୟ ପଞ୍ଚାନନ ଜେନା ପ୍ରମୁଖ ରୋଟାରୀଆନ l

Leave a Reply

Your email address will not be published. Required fields are marked *