ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଦିତୀୟ ବର୍ଷ ବାଙ୍କୀ ରଜ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ପ୍ରେସ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି ! ପଠାଣି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମାଜସେବୀ କେଶବ ଚନ୍ଦ୍ର ବେହେରା ଉପସ୍ଥିତ ରହି ମହିଳା ଶକ୍ତି କୁ ପ୍ରାଧାନ୍ୟ ଦେଇ ଏ ମହୋତ୍ସବ ରେ ସାମିଲ କରାଗଲେ କାର୍ଯ୍ୟକ୍ରମ ଆହୁରି ସରସ ସୁନ୍ଦର ହେଇପାରିବ ବୋଲି କହିଥିଲେ । ସମ୍ପାଦକ ଶ୍ରୀନିବାସ ବେହେରା ବାର୍ଷିକ ବିବରଣୀ ପାଠ କରିବା ସହ ଚଳିତ ବର୍ଷ ମହୋତ୍ସବ କୁ ଅଧିକ ରୁ ଅଧିକ ସଫଳ କରିବା ପାଇଁ ସଭ୍ୟ ମାନଙ୍କୁ ଅନୁରୋଧ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶୌମେନ୍ଦ୍ର ମିଶ୍ର, ଦେବୀଦତ୍ତ ବିଭୁତିରାୟ, ମାନସ କୁମାର ନନ୍ଦ, ଶୁଭେନ୍ଦୁ ମିଶ୍ର, ସୁଶୀଲ କୁମାର ସାହୁ, ଟଙ୍କଧର ବେହେରା ପ୍ରମୁଖ ଅତିଥି ଭାବେ ରହିଥିବା ବେଳେ ସାମ୍ବାଦିକ କାହ୍ନୁଚରଣ ବେହେରା ସଭାକୁ ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଦିତୀୟ ବର୍ଷ ବାଙ୍କୀ ରଜ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ !!!

