ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କାଶୀନଗର ସ୍ଥିତ ଶ୍ରୀ ଭେଙ୍କଟେଶ୍ବର ସ୍ନାତକ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଦ୍ୱାରା ଆୟୋଜିତ ପରୀକ୍ଷା ରେ କୃତିତ୍ୱ ହାସଲ କରି ଶ୍ରେଷ୍ଠ 10 ଟି ସ୍ଥାନ ରେ ରହି କଲେଜ ତଥା କାଶୀନଗର ବ୍ଲକ ପାଇଁ ଗୌରବ ଆଣି ଥିବା ଜଣାଯାଇଛି । ଭୂଗୋଳ ବିଭାଗ ରୁ ଅନେଶ୍ୱର ନାଇକା ଓ information technology ବିଭାଗ ରୁ ସ. ଭବାନୀ, ତୁଳସୀ ରାମ ନାୟକ, ତୁଷାର କାନ୍ତ ପଣ୍ଡା, ମହାପାତ୍ର ଶ୍ରୀଧର, ସନ୍ତୋଷ କୁମାର ଗୌଡ, ଜିଶିରିଲ ଶବର ପ୍ରମୁଖ କୃତିତ୍ୱ ହାସଲ କରିଛନ୍ତି । ଛାତ୍ର ଛାତ୍ରୀ ଙ୍କ ସଫଳତା ପଛରେ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୀପ୍ତି ରଞ୍ଜନ ପଟନାୟକ ଙ୍କ ସହ IT ଅଧ୍ୟାପକ ରୋକମ୍ ରାଜେଶ କୁମାର ଓ ଭୂଗୋଳ ଅଧ୍ୟାପକ ଗୋପାଳ ଶବର ଙ୍କ ବିଶେଷ ଅବଦାନ ରହିଥିବା କଲେଜ ପକ୍ଷ ରୁ ପ୍ରକାଶ କରାଯାଇଛି ।
ଶ୍ରୀ ଭେଙ୍କଟେଶ୍ବର ସ୍ନାତକ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ କୃତିତ୍ୱ / ପ୍ରଥମ 10 ଟି ସ୍ଥାନ ରେ ସ୍ଥାନିତ !!!

