ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ଗ୍ରାମ ପଂଚାୟତ ସ୍ଥିତ ମିଲ ଛକ ଠାରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ କର କମଳରେ ଏକ ଜଳଛତ୍ର କେନ୍ଦ୍ର ଉଦଘାଟିତ ହୋଇଯାଇଛି | ଅନ୍ୟତମ ଅତିଥି ଭାବେ ତାଳବସ୍ତ ସେବା ସମବାୟ ସମିତିର ସଭାପତି ଅକ୍ଷୟ କୁମାର ବେହେରା ଯୋଗ ଦେଇଥିଲେ | ତାଳବସ୍ତର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ୟୁଥ କ୍ଲବ ସୌଜନ୍ୟରେ ଆଗାମୀ ରଜ ପର୍ଯ୍ୟନ୍ତ ପଥଚାରୀଙ୍କୁ ଜଳ ବିତରଣ କରାଯିବ ବୋଲି କ୍ଲବ ଉପଦେଷ୍ଟା ଶ୍ୟାମସୁନ୍ଦର ପ୍ରଧାନ କହିଛନ୍ତି |
ତାଳବସ୍ତରେ ଜଳଛତ୍ର ଉଦଘାଟନ !!!

