କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଅଗ୍ରଣୀ ସାମାଜିକ ସଂଗଠନ ପ୍ରତିଭା ବିକାଶ ପ୍ରତିଷ୍ଠାନ କଟକ ସଦର ପକ୍ଷରୁ ବଟକୃଷ୍ଣ ମେମୋରିଆଲ ମେଧା ପ୍ରତିଭା ସମ୍ମାନ – ୨୦୨୬ ପ୍ରଦାନ ଉତ୍ସବ ଚଳିତ ମେ ମାସ ୨୭ ତାରିଖ ଦିନ ଅପରାହ୍ନ ଚାରି ଘଟିକା ସମୟରେ ପ୍ରଜାପିତା ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ହେବା ନେଇ ଏକ ପ୍ରସ୍ତୁତି ବୈଠକ ୪୨ ମୌଜା ବେଣ୍ଟକାର ପ୍ରଜାପିତା ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରତିଷ୍ଠାନ ସଭାପତି ତଥା ବଟକୃଷ୍ଣ ମେମୋରିଆଲ ଟ୍ରଷ୍ଟ ଆବାହକ ବରିଷ୍ଠ ସମାଜସେବୀ ଇଂ.ଅଶୋକ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟାତ୍ମିକବାଦୀ ତଥା ଈଶ୍ୱରୀୟ ବିଶ୍ଵବିଦ୍ୟାଳୟର ମୁଖ୍ୟ ବି.କେ.ରୀନା ଭଉଣୀ,ଉପ ସଭାପତି ଅଭୟ କୁମାର ଦାସ,ଉପ ସଭାପତି ପ୍ରଭାତ କୁମାର ଖଟୁଆ,ମୁଖ୍ୟ ଉପଦେଷ୍ଟା ବିଷ୍ଣୁ ଚରଣ ଦାଶ,ବରିଷ୍ଠ ସଭ୍ୟ ବିନୋଦ କୁମାର ବେହେରା,ଅଭିରାମ ଦଳାଇ,କ୍ଷୀରୋଦ କୁମାର ଦାସ,ନିରଞ୍ଜନ ସେନାପତି, ଅଶୋକ ପଟ୍ଟନାୟକ,ଇଂ. ସେବକ ଶ୍ରୀକାନ୍ତ,ରମେଶ ଚନ୍ଦ୍ର ମଲ୍ଲିକ, ଘନଶ୍ୟାମ ମଲ୍ଲିକ,ନଟବର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସଂପାଦକ ରୁଦ୍ର ନାରାୟଣ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ !
ଆୟୋଜିତ ହେବ ବଟକୃଷ୍ଣ ମେମୋରିଆଲ ମେଧା ପ୍ରତିଭା ସମ୍ମାନ – ୨୦୨୬ !!!

