ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭାରତୀୟ ବିଦ୍ୟା ଭବନ ପରିସରରେ ମିଶନ ରକ୍ତଦାନ, ଜାତୀୟ ଯୁବ ପ୍ରକଳ୍ପ, ଭାରତୀୟ ବିଦ୍ୟା ଭବନ,ୟୁଥ୍ ଫର୍ ଭଲୁଣ୍ଟରୀ ୱର୍କ, ଜାତୀୟ ସେବା ଯୋଜନା ମିଳିତ ଆନୁକୁଲ୍ୟରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରକୁ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଉଦ୍ଘାଟନ କରିଥିଲେ।ପୂର୍ବତନ ସୂଚନା କମିଶନର ଶ୍ରୀ ଜଗଦାନନ୍ଦ,ଯୁବ ନେତା କ୍ୟାପଟେନ ମନ୍ମଥ ରାଉତରାୟ, ବିଶିଷ୍ଟ ଗାନ୍ଧୀବାଦି ପ୍ରହଲ୍ଲାଦ ସିଂହ, ଖଦୀ ଗ୍ରାମୋଦ୍ୟୋଗ ବୋର୍ଡ ପୂର୍ବତନ ସଭାପତି ସଂଗ୍ରାମ କେଶରୀ ପାଇକରାୟ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଜାତୀୟ ଯୁବ ପ୍ରକଳ୍ପ ରାଷ୍ଟ୍ରୀୟ ଟ୍ରଷ୍ଟି ମଧୁସୁଦନ ଦାସ, ସମାଜସେବୀରୋଜାଲିନ ପାଟସାଣି, ସିନେ ଅଭିନେତ୍ରୀ ଦେବଜାନୀ ଦେଘୁରିଆ, ଭାରତୀୟ ବିଦ୍ୟା ଭବନ ର ଅଧ୍ୟକ୍ଷ ଏବଂ ସଂପାଦକ, ସମାଜସେବୀ ମାନି ପଣ୍ଡା ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶିବିରରୁ ୭୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ମିଶନ ରକ୍ତଦାନ, ଜାତୀୟ ଯୁବ ପ୍ରକଳ୍ପ ଏବଂ ଜୟଦେବ କଲେଜ ର ସମସ୍ତ ଛାତ୍ର ଛାତ୍ରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
ବିଶାଳ ରକ୍ତଦାନ ଶିବିର !!!

