ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶାର ଦ୍ୱିତୀୟ ସର୍ବୋଚ୍ଚ ପର୍ବତ ତଥା ପୌରାଣିକ ପୀଠ ମହେନ୍ଦ୍ରଗିରି ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଯାଉଛି। ଦୀର୍ଘ ୧୮ ବର୍ଷ ପରେ ପଡୁଥିବା ‘ଯୋଡା ଜ୍ୟେଷ୍ଠ’ (ଯୁଗ୍ମ ଜ୍ୟେଷ୍ଠ ମାସ) ବା ପୁରୁଷୋତ୍ତମ ମାସ ଅବସରରେ ମହେନ୍ଦ୍ରଗିରିଠାରେ ପ୍ରଥମ ଥର ପାଇଁ ଏକ ଭବ୍ୟ କୁମ୍ଭ ମେଳା ଅନୁଷ୍ଠିତ ହେବ। ଏଥିପାଇଁ ମହେନ୍ଦ୍ର ଆଶ୍ରମ ଠାରେ ଶେଷ ବୈଠକରେ ବାଣିଜ,ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗ ଦେଇଥିଲେ। ଏହି ବିଶାଳ ଧାର୍ମିକ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ସମ୍ପାଦନ କରିବା ପାଇଁ ଅଞ୍ଚଳବାସୀଙ୍କ ସହଯୋଗ ଲୋଡ଼ିଥିଲେ । ସ୍ଥାନୀୟ ଅଞ୍ଚଳବାସୀ ଓ ପ୍ରଶାସନଙ୍କ ସହିତ ସେଠାରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଜ୍ୟେଷ୍ଠ ମାସରେ ଦୁଇଟି ପୂର୍ଣ୍ଣିମା ପଡୁଥିବାରୁ ଏହାକୁ ‘ଯୋଡା ଜ୍ୟେଷ୍ଠ’ କୁହାଯାଏ। ଯାହା ଏକ ବିରଳ ସଂଯୋଗ। ଏହି ପବିତ୍ର ସମୟରେ ମହେନ୍ଦ୍ରଗିରିରେ କୁମ୍ଭ ସାନ୍ନର ଆୟୋଜନ ଶ୍ରଦ୍ଧାଳୁଙ୍କ ପାଇଁ ଏକ ନୂଆ ଅନୁଭୂତି ହେବ I ପବିତ୍ର ସମୟ ଆସିଥିବାରୁ ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖାଦେଇଛି। ମହେନ୍ଦ୍ରଗିରିର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପ୍ରଥମ ଥର ପାଇଁ କୁମ୍ଭ ମେଳା ଅନୁଷ୍ଠିତ ହେବାକୁ ଯାଉ ଥିବାରୁ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ। ବୈଠକରେ ହଜାର ହଜାର ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ପାନୀୟ ଜଳ, ଆଲୋକୀକରଣ, ଶୌଚାଳୟ, ସୁରକ୍ଷା ଏବଂ ଗମନାଗମନର ସୁବିଧା ଉପରେ ସବିଶେଷ ଆଲୋଚନା ହୋଇଛି। ଏନେଇ ପାଞ୍ଚ ଜଣିଆ କୋର କମିଟି ଗଠନ କରାଯାଇଛି। ଭକ୍ତମାନେ ଯେପରି ସୁରୁଖୁରୁରେ ଦର୍ଶନ ଓ ପବିତ୍ର ସ୍ଥାନରେ କିପରି ସ୍ନାନ କରିପାରିବେ ସ୍ୱେଚ୍ଛାସେବୀଙ୍କ ମୃତୟନ ନେଇ ପ୍ରସ୍ତୁତ କରାଯାଇଛି।ଏହି ପର୍ବତ ଶୃଙ୍ଗର ଆଧ୍ୟାତ୍ମିକ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଓଡ଼ିଶାରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଥିବା ବେଳେ ଏହି ମେଳା କେବଳ ଧାର୍ମିକ ନୁହେଁ ବରଂ ଗଜପତି ଜିଲ୍ଲାର ପର୍ଯ୍ୟଟନ ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ବୋଲି ମନ୍ତ୍ରୀ କହିଛନ୍ତି । ଏହି ପବିତ୍ର ମେଳାରେ ସମସ୍ତେ ସାମିଲ ହେବା ପୂଣ୍ୟ ଅର୍ଜ୍ଜନ କରିବାକୁ ଅନୁରୋଧ କରିଛନ୍ତି । ଏହି ମେଳା ଆସନ୍ତା ଜ୍ୟେଷ୍ଠ (ମଳ) କୃଷ୍ଣ ପ୍ରତିପଦା ଇଂରାଜୀ ତା – ୦୧.୦୬.୨୦୨୬ ରିଖ (ସୋମବାର) ଠାରୁ ଜ୍ୟେଷ୍ଠ (ମଳ) କୃଷ୍ଣ ନବମୀ ଇଂରାଜୀ ତା. ୦୯.୦୬.୨୦୨୬ ରିଖ ମଙ୍ଗଳବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ନବଦିନ ବ୍ୟାପି ଗଜପତି ଜିଲ୍ଲା ଅନ୍ତର୍ଗତ ମହେନ୍ଦ୍ରଗିରି ଶିଖରରେ ପୁରୁଷୋତ୍ତମ ମାସ ବିହିତ ମହେନ୍ଦ୍ର ମେଳା, ସ୍ନାନ ଓ ବିଶ୍ୱଶାନ୍ତି ନବକୁଣ୍ଡୀୟ ହରିହରାତ୍ମକ ମହାଯଜ୍ଞ ମହା ସମାରୋହରେ ଅନୁଷ୍ଠିତ ହେବ ତତ୍ ସହିତ ଭାରତର ବିଭିନ୍ନ କ୍ଷେତ୍ରରୁ ବହୁ ସାଧୁ ସନ୍ଥ ଓ ଆଚାର୍ଯ୍ୟ ବୃନ୍ଦ ଯୋଗଦେବେ ।ଏହି ବୈଠକରେ ଅଶୋକ କୁମାର ପାଢୀ, ଚିକିଟି, ଲୋକନାଥପୁର ଶାସନ, ସ୍ବାମୀ ଭାସ୍କର ତୀର୍ଥ , ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ କାମଦେବ ବଡ଼ନାୟକ, ରାୟଗଡ଼ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ,ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଜିଲ୍ଲା ସଂଘ ଚାଳକ ରାଧା କୃଷ୍ଣ ଜାନି, ଗଞ୍ଜାମ ସହ ବିଭାଗ କାର୍ଯ୍ୟବାହ ଜୁରୀଆ ଜାନି, ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ , ବରିଷ୍ଠ ବିଜେପି ନେତା ସିଦ୍ଧେଶ୍ଵର ମିଶ୍ର, ଙ୍କ ସମେତ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି, ବୁଦ୍ଧିଜୀବୀ, ଅଞ୍ଚଳବାସୀ ପ୍ରମୁଖ ଉପସ୍ଥିତ ରହିଥିଲେ।
ମହେନ୍ଦ୍ର ମେଳା ପାଇଁ ସ୍ଥିତି ଅନୁଧ୍ୟାନ କଲେ ମାନ୍ୟବର ଖଣି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା !!!

