କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋରାପୁଟ ସ୍ଥିତ ଶlବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଭିତର ଚନ୍ଦନ ଯାତ୍ରା ପାଳିତ ହୋଇଯାଇଛି l ସନ୍ଧ୍ୟା ଆଳତି ପରେ ବିରାଟ ପଟୁଆର ରେ ବିମାନ ରେ ଚଳନ୍ତି ପ୍ରତିମା ଙ୍କୁ ଚମ୍ଫା ବଣ କୁ ନିଆଯାଇଥାଏ l ସେଠାରେ ପୂଜକ ଙ୍କ ଦ୍ୱାରା ସ୍ନାନ କରାଯିବା ସହ ଚନ୍ଦନ ଲେପ କରାଯାଇ ରୀତିନୀତି ଅନୁସାରେ ପୂଜା ଅର୍ଚନା କରାଯାଇଥିଲା ଓ ପୁଣିଥରେ ମନ୍ଦିର କୁ ପ୍ରଭୁ ବିଜେ କରିଥିଲେ l ସୂଚନା ଯୋଗ୍ୟ ଚଳିତ ବର୍ଷ ଅଧି ମାସ ପଡିଥିବାରୁ ଭିତର ଚନ୍ଦନ ଯାତ୍ରା ଏକୋଇସ ଦିନ ପରିବର୍ତ୍ତେ ଏକlବନ ଦିନ ପାଳନ କରାଯାଉଛି l ଏହି ଯାତ୍ରା ଦେଖିବାକୁ ଅଗଣିତ ଭକ୍ତ ଙ୍କ ମନ୍ଦିର ରେ ଭିଡ଼ ଜମୁଥିବା ବେଳେ ମନ୍ଦିର ପ୍ରଶାସନ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି ଏହି ଉପଲକ୍ଷେ ମନ୍ଦିର କୁ ଆଲୋକମାଳା ରେ ସୁସଜ୍ଜିତ କରାଯାଇଛି l
ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ରେ ଭିତର ଚନ୍ଦନ ଯାତ୍ରା ପାଳିତ !!!

