ରକ୍ତଦାନ ଶିବିର ଆୟୋଜନ କରି ୪୬ ତମ ଜୟନ୍ତୀ ପାଳିଲେ ବିସିଟି ଅଧ୍ୟକ୍ଷ ସାମାଜିକ କର୍ମୀ ଇଂ.ବିମଳ ଚଂଦ୍ର ଦାସ : ସବୁରୀ ମହଲରୁ ଶୁଭେଚ୍ଛା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡିଆ ) – ବ୍ୟୁରୋ ରିପୋର୍ଟ : ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ,ଓଡ଼ିଶା ପକ୍ଷରୁ ଟ୍ରଷ୍ଟ ଅଧ୍ୟକ୍ଷ ଇଂ.ବିମଳ ଚନ୍ଦ୍ର ଦାସଙ୍କ ୪୬ ତମ ଜନ୍ମ ଜୟନ୍ତୀ ଶ୍ରୀ ଜଗନ୍ନାଥ କଲୋନୀ ସୋସାଇଟ ମିଳିତ ସହଭାଗିତାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇ ରେଡକ୍ରସ କଟକ ପକ୍ଷରୁ ୨୧ ୟୁନିଟ୍ ରକ୍ତ ସଂଗୃହୀତ କରାଯାଇଛି । ଶିବିରକୁ ବରିଷ୍ଠ ନାଗରିକ ଲକ୍ଷ୍ମୀଧର ଦାସ ଓ ଆଦର୍ଶ ନାରୀ ପ୍ରତିଭା ଉର୍ମିଳା ଦାସ ଉଦ୍ଘାଟନ କରିଥିଲେ । ଏହି ଶିବିରରେ ଇଂ.ବିମଳ ଚଂଦ୍ର ଦାସ,ସୁଜାତା ବେହେରା,ଫାୟାର ଆଣ୍ଡ ସେଫ୍ଟୀ ଅଫିସର ଇଂ.ମାନସ ରଞ୍ଜନ ମାଣ୍ଡୋଇ,ବିଜୟ ସାହୁ,ତୁଷାର ଶାନ୍ତି,ଇଂ.ସେଵକ ଶ୍ରୀକାନ୍ତ,ଇଂ,ସୂରଜ ବେହେରା,ରାଜକିଶୋର ପଢିଆରି,ରଶ୍ମୀ ରଞ୍ଜନ ପଢିଆରି,ବିଶ୍ୱଜିତ ସାମଲ,ସନ୍ତୋଷ ସାହୁ,ବିଶ୍ୱରଞ୍ଜନ ସାମଲ,ସ୍ନିଗ୍ଧାଞ୍ଜଳି ଦାସ,ସୁରେଖା ବାରିକ,ଶ୍ରୀୟଂଶୁ ବାରିକ,ଶାଶ୍ୱତ ଦାସ, ସମର୍ଥ ଦାସ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *