ବାଙ୍କୀ ଉପ ଜିଲ୍ଲାପାଳ ଙ୍କୁ ମୌଳିକ ସମସ୍ୟା ର ସମାଧାନ ପାଇଁ ଦାବୀ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଁଚି ନିଜର ମୌଳିକ ସମସ୍ୟା ର ସମାଧାନ ପାଇଁ , ୩ ଗୋଟି ପଂଚାୟତ ର ଅଧିବାସୀ ହୋଇଛନ୍ତି ଫେରାଦ ! ଅଘୋଷିତ ବିଦ୍ୟୁତ କାଟ , ସେପଟେ ଗାଁ ରେ ଲାଇନ ପାଣି ର ସଂଯୋଗ ରହିଛି କିନ୍ତୁ ପାଣି ଆସିବାର ନାଁ ଧରୁନି ! ଅପର ପଟେ ଗାଁ ର ଯେଉଁ ଗୋଟିଏ ମାତ୍ର ନଳକୂପ ରହିଛି ସେଥିରୁ ବାହାରୁଚି ହଳଦିଆ ମଇଳା ପାଣି. ଯେଉଁ ପାଣି କୁ ବ୍ୟବହାର କରି ବିଭିନ୍ନ ପେଟ ଜନିତ ରୋଗରେ ହେଉଛନ୍ତି ଆକ୍ରାନ୍ତ. ଏଭଳି ଅଭିଯୋଗ କରିଛନ୍ତି ଆସିଛି କାଳିପୋଇ ପଂଚାୟତ ର ନୁଆସାହି ଓ ବରପୁଟ ପଂଚାୟତ ପଥୁରୀପଡା ଗାଁ ର କେଉଟସାହି ସହିତ କିଆପଲ୍ଲା ପଂଚାୟତର ଅଧିବାସୀ. ଶତାଧିକ ମହିଳା ପୁରୁଷ ଆଜି ସମାଜସେବୀ ତଥା ବାଙ୍କୀ କଲେଜ ର ପୂର୍ବତନ ଛାତ୍ରସଂସଦ ସଭାପତି ଅଜୟ ପାଣି ନେତୃତ୍ୱ ରେ ପହଁଚିଛନ୍ତି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ. ସେଠାରେ ନିଜର ଦାବି ଉପସ୍ଥାପନା କରିବା ସହିତ ଜିଲ୍ଲାପାଳ ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି. ଅଘୋଷିତ ବିଦ୍ୟୁତ କାଟ ପ୍ରତି ତୁରନ୍ତ ପଦକ୍ଷେପ , ଜରୁରୀ କାଳୀନ ପରିସ୍ଥିତିରେ ଯେଉଁ ପଂଚାୟତ ରେ ପିଇବା ପାଣି ର ସମସ୍ୟା ରହିଛି ତାକୁ ଟ୍ୟାଙ୍କ ର ଯୋଗେ ପାଣି ଯୋଗାଇଦେବା. ଏହାସହିତ ଚାଷୀ ଙ୍କ ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ଶୀତଳ ଭଣ୍ଡାର ର ନିର୍ମାଣ ଓ ଉପଖଣ୍ଡ ଚିକିତ୍ସାଳୟ କୁ ଆବଶ୍ୟକୀୟ ଡାକ୍ତର ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି !

Leave a Reply

Your email address will not be published. Required fields are marked *