ଲୋକଙ୍କ ସେବାରେ କେବେ ଲାଗିବ ନୂତନ ବସଷ୍ଟାଣ୍ଡ ର ଆଶ୍ରୟସ୍ଥଳୀ ???

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଲୋକଙ୍କ ସେବାରେ କେବେ ଲାଗିବ ପାରଳାଖେମୁଣ୍ଡି ନୂତନ ବସଷ୍ଟାଣ୍ଡ ର ଆଶ୍ରୟସ୍ଥଳୀ ? ସରକାର ଲୋକଙ୍କ ସକାଶେ ବିଭିନ୍ନ ଯୋଜନା କରୁଛନ୍ତି , ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ ହେଉ , କିନ୍ତୁ ଅନେକ କ୍ଷେତ୍ରରେ ଜନସାଧାରଣ ତାହାର ସେବା ପାଇ ପାରୁନାହାନ୍ତି ! ଦାୟିତ୍ଵ ରେ ଥିବା ଅଧିକାରୀ ସଠିକ୍ ତଦାରଖ କରିବା କଥା , କିନ୍ତୁ ତାହା ହେଉନାହିଁ ! ଯାହା ଫଳରେ ଲୋକେ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ପାରଳାଖେମୁଣ୍ଡି ନୂତନ ବସଷ୍ଟାଣ୍ଡ ରେ ନିର୍ମାଣ ହୋଇଥିବା ଆଶ୍ରୟ ସ୍ଥଳୀ ଲୋକଙ୍କ ସେବାରେ ଲାଗୁନାହିଁ । ଯାତ୍ରୀ ଆସିଲେ ବିଶ୍ରାମ ନେବେ , ମୌଳିକ ସୁବିଧା ପାଇ ପାରିବେ – ଏହି ଲକ୍ଷ୍ୟରେ ନିର୍ମିତ ଆଶ୍ରୟସ୍ଥଳୀ ଲୋକଙ୍କ ସେବାରେ ଲାଗୁନାହିଁ । ପୌର ପରିଷଦ ଏଥି ପ୍ରତି ଧ୍ୟାନ ଦେଲେ ଲୋକେ ସୁବିଧା ପାଇପାରିବେ ।

Leave a Reply

Your email address will not be published. Required fields are marked *