କଳା, ସାହିତ୍ୟ, ସଂସ୍କୃତି, ପରଂପରା, ପୂଜ୍ୟପୂଜା ଓ ସମାଜସେବାର ମହାମିଳନ : ସାହିତ୍ୟିକ ଇଂ.ଗୋପାଳ କୃଷ୍ଣ ଦାସ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ସେ ଅନନ୍ୟ ଆଦର୍ଶରେ ଅନୁପ୍ରାଣୀତ ବିଶିଷ୍ଟ ପ୍ରତିଭାଧାରୀ,ନୀତିନିଷ୍ଠ,ଧର୍ମପ୍ରାଣ ବ୍ୟକ୍ତିତ୍ୱ,ସାମାଜିକ କର୍ମୀ,ରକ୍ତଦାତା, ସମାଜ ସଂସ୍କାରକ,ମହାନ୍ ମଣିଷ, ପରିବେଶବିତ,କବି,ସାହିତ୍ୟିକ,ସୁବକ୍ତା (ମୋଟିଭେଟନାଲ୍ ସ୍ପିକର),ବୈଷାୟିକ ଜ୍ଞାନ କୌଶଳ ତଥା ପ୍ରଯୁକ୍ତି ବିଦ୍ୟାରେ ଉଚ୍ଚ କୋଟିର ଗବେଷକ ଇଂ.ଗୋପାଳ କୃଷ୍ଣ ଦାସ ଅନ୍ୟତମ । ସେ ଯାଜପୁର ଜିଲ୍ଲା ବରୀ ବ୍ଲକ ଉପକଣ୍ଠ ରାଉତସାହି ଗ୍ରାମରେ ତାଂକ ଜନ୍ମ । ପିତାଙ୍କ ନାମ ଶିକ୍ଷାବିତ୍ ଅଶୋକ କୁମାର ଦାସ ଓ ମାତାଙ୍କ ନାମ ଶିକ୍ଷୟତ୍ରୀ ରମା ଦାସ । ବୃତ୍ତିରେ ସେ ସଫ୍ଟୱେର ଇଞ୍ଜିନିୟର ପ୍ରବୃତ୍ତି ସମାଜ ସେବା ଆଉ ସାହିତ୍ୟ ସାଧନା । ରାମକୃଷ୍ଣ ବାଳାଶ୍ରମରେ ଅନାଥ ପିଲାଙ୍କ ଜନ୍ମ ଦିନ ଆଦି ପାଳନ କରନ୍ତି । ସେ ଜନସଚେତନ କାର୍ଯ୍ୟକ୍ରମ,ସ୍ୱାସ୍ଥ୍ୟ ସେବା ଶିବିର, ବୃକ୍ଷରୋପଣ,ସେବାକାର୍ୟ୍ଯ,ଅସହାୟ ଲୋକଙ୍କୁ ସହଯୋଗ ପ୍ରଦାନ,କମ୍ବଳ ଓ ଖାଦ୍ୟ ବଣ୍ଟନ,ଵିଶେଷ କରି ଶିଶୁ କର୍କଟ ରୋଗୀଙ୍କ ସେବାରେ ସମର୍ପିତ,ସାହିତ୍ୟ ସେବା,ଧାର୍ମିକ କାର୍ଯ୍ୟରେ ସଦା ତତ୍ପର । ଛୁଟି ଦିନ ମାନଙ୍କରେ ବିଭିନ୍ନ ଆଶ୍ରମ,ସେଲ୍ଟର ହୋମ,ବାଳାଶ୍ରମ, ବିଦ୍ୟାଳୟ ମହାବିଦ୍ୟାଳୟ,ସ୍ୱାସ୍ଥ୍ୟକେନ୍ଦ୍ର ଆଦିରେ ପହଂଚି ବିଭିନ୍ନ ସେବା କାର୍ଯ୍ୟକ୍ରମ,ସଫେଇ,ଖାଦ୍ୟ ବଣ୍ଟନ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଶିଶୁ କର୍କଟ ରୋଗୀ ମାନଙ୍କୁ ନ୍ୟୁଟ୍ରେସନ୍ ଫୁଡ୍ ବଣ୍ଟନ ଦିୟନ୍ତି । ଏହି କାର୍ଯ୍ୟରେ ତାଙ୍କ ପିତାମାତାଙ୍କ ସହ ଧର୍ମ ପତ୍ନୀ ଆଦର୍ଶ ନାରୀ ପ୍ରତିଭା ଶିକ୍ଷାବିତ୍ ପ୍ରଭାସିନୀ ଦାସ,ଜ୍ୟେଷ୍ଠ ପୁତ୍ର ଶ୍ରୀମାନ୍ ଶୁଭମ୍ ଦାସ,କନିଷ୍ଠ ପୁତ୍ର ଶ୍ରୀମାନ ଶ୍ରୀୟମ ଦାସ ମଧ୍ୟ ପ୍ରେରଣା ଯୋଗାଇ ଚାଲିଛନ୍ତି । ସେ ଏଯାବତ୍ ୬୬ ଥର ରକ୍ତଦାନ କରିଛନ୍ତି । ରମା ଦେବୀ ସେବା ସଂଗଠନର ସେ ଅଧ୍ୟକ୍ଷ । ଜଣେ ଖ୍ୟାତିସମ୍ପନ୍ନ କବି ବା ଲେଖକ ଭାବେ ବହୁ ସଭା ସମିତିରେ ଯୋଗଦାନ କରି କବିତା ଆବୃତି କରିବା,କବିତା ସଂଯୋଜନା କରିବା ଆଦି ଅନେକ ପ୍ରତିଭା ରହିଛି । ତାଙ୍କ ଲିଖିତ ବହୁ କବିତା ଆଉ ପ୍ରବନ୍ଧ ସଂକଳନ ପ୍ରକାଶିତ ହୋଇ ଖୁବ୍ ପାଠକୀୟ ସ୍ଵିକୃତୀ ଲାଭ କରିଛି । ଓଡ଼ିଆ ସାହିତ୍ୟ,ଭାଷା ଓ ସଂସ୍କୃତିର ବିକାଶ ପାଇଁ ସେ ସଦା ସର୍ବଦା ବ୍ରତୀ । ତାଙ୍କର ଅନେକ ପୁସ୍ତକ ଏବେ ପ୍ରକାଶିତ ଅପେକ୍ଷାରେ । ସେ ନିଜେ ୱେବସାଇଟ ଓ ଆଣ୍ଡ୍ରଏଡ ମୋବାଇଲ ଆପ ତିଆରି କରି ଲୋକମାନଙ୍କୁ କିପରି ଓଡ଼ିଆ ସାହିତ୍ୟ,ଭାଷା ଓ ସଂସ୍କୃତି ପାଇଁ ମନ ବଳାଇ ବା ପାଇଁ ସର୍ବଦା ଚେଷ୍ଟିତ । ତାଙ୍କ ୱେବସାଇଟ (https://authorgopaldas.in)ରେ ତାଙ୍କ ସ୍ୱରଚିତ ସମସ୍ତ ଗଳ୍ପ,ଉପନ୍ୟାସ,କବିତା ବିନା ମୂଲ୍ୟରେ ଉପଲବ୍ଧ । ତାଙ୍କ ଆଣ୍ଡ୍ରଏଡ ଆପସ “ସ୍ୱାଭିମାନ” ମଧ୍ୟ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେଉଛି ।

Leave a Reply

Your email address will not be published. Required fields are marked *