ଅବସରପ୍ରାପ୍ତ ସୁବେଦାରଙ୍କ ମୃତ୍ୟୁରେ ଶୋକର ଛାୟା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅବସରପ୍ରାପ୍ତ ସୁବେଦାର ଙ୍କ ମୃତ୍ୟୁ ରେ ଶୋକର ଛାୟା ! ଅବସରପ୍ରାପ୍ତ ସାମରିକ କର୍ମଚାରୀ ତଥା ପୂର୍ବତନ କେରାଣ୍ଡି ସରପଞ୍ଚ ସୁନୀଲ ମହାପାତ୍ରଙ୍କ ପିତା ସୁଦର୍ଶନ ମହାପାତ୍ର ଙ୍କ ବିୟୋଗ ରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ଅନ୍ତିମ ଶଯ୍ୟା ପାଖରେ ପୁଅ , ବୋହୁ , ନାତି , ଝିଅ ଜ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ସେ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ଅନ୍ତିମ ଦର୍ଶନ ସକାଶେ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ । ସେ ଜଣେ ଅବସରପ୍ରାପ୍ତ ସୁବେଦାର ହୋଇଥିବା ବେଳେ ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା । ସୈନିକର ମର୍ଯ୍ୟାଦା ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

Leave a Reply

Your email address will not be published. Required fields are marked *