କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଉତ୍କଳ ପରମ୍ଫରା ର ଏକ ମୂଖ୍ୟ ପର୍ବ ହେଉଛି ରଜ l ଏହି ରଜ କୁ ପଲ୍ଲୀ ଠୁ ଦିଲ୍ଲୀ ସବୁଠି ଯୁବତୀ କିଶୋରୀ ଠୁ ଧରି ଛୋଟ ଝିଅ ଯାଏ ସମସ୍ତେ ପାଳନ କରୁଛନ୍ତି l ସବୁଠି ଆଜି ରଜ ର ମାହୋଲ , ସେ ଅନୁସାରେ କୋରାପୁଟରେ ବି ଏହି ରଜ ମହାସମାରୋହ ରେ ପାଳିତ ହୋଇ ଯାଇଛି ! କିଏ ନିଜ ବଗିଚା ରେ ଦୋଳି ବାନ୍ଧି ରଜ ପାଳନ କରୁଛି , ତ ପୁଣି କିଏ ଚକୁଳି ପିଠା କରି ପୁଣି କିଏ ହାତରେ ମେହନ୍ଦି ଲଗାଇ ପାଳନ କରୁଛି l ହେଲେ ଏହି ସବୁ ଭିତରେ ଆଜି ଆଧୁନିକତା ର ସ୍ପର୍ଶରେ ଆଜି ରଜ ଲୁଚିଗଲାଣି ! ଆଉ ବଣ ରେ ରଜ ଦୋଳି କଟ ମଟ କରୁନି , କି ଗଜ ବଣ ରେ ରଡି ଛାଡ଼ୁନି , କି ଭାଇ ମୁଣ୍ଡରେ ହାତୀ ସୁନାକଳସ ଢାଲୁନି ! କେବଳ ଆଜି ରଜ ଘର ର ଚାରିକୋଣ ରେ ଆଧୁନିକତା ର ଛାପ ରେ ସୀମିତ ହୋଇଯାଇଛି l
ଆଧୁନିକତା ସ୍ପର୍ଶରେ ହଜି ଯାଇଛି ଆଜିର ରଜ !!!

