ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ISRD ୱାନ୍ ଷ୍ଟପ ସେଣ୍ଟର, ଗଜପତି ପକ୍ଷରୁ ଗତ ୧୫ ଜୁନ ୨୦୨୬ ତାରିଖରେ ରଜ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗଜପତିର ସୁରକ୍ଷା ଅଧିକାରୀ ଶ୍ରୀମତୀ ସରଳା ପାତ୍ର, ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଜିଲ୍ଲା ଶିଶୁ ଶ୍ରମ (DCL) ସଂଯୋଜିକା ଶ୍ରୀମତୀ ବୈଶାଳୀ ପଟ୍ଟନାୟକ, ଶିଶୁ ମଙ୍ଗଳ ସମିତି (CWC) ସଦସ୍ୟ ଶ୍ରୀ ନାଗେଶ୍ୱର ଚୌଧୁରୀ ଏବଂ ଆଇଏସଆରଡି ୱାନ୍ ଷ୍ଟପ ସେଣ୍ଟରର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । ରଜ ଉତ୍ସବ ଅବସରରେ ନୃତ୍ୟ ପ୍ରତିଯୋଗିତା, ମ୍ୟୁଜିକାଲ ଚେୟାର ଭଳି ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କର୍ମଚାରୀମାନେ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରିଥିଲେ ଏବଂ ବିଜୟୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ସହିତ ପାରମ୍ପରିକ ରଜ ଦୋଳିର ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ ପ୍ରକାର ରଜ ପିଠା, ମିଠା ଓ ରଜ ପଣା, ରଜ ପାନ ପରିବେଷଣ କରାଯାଇଥିଲା । ରଜ ପର୍ବ ଅବସରରେ ଆଇଏସଆରଡି ଓନ୍ ଷ୍ଟପ ସେଣ୍ଟରର କର୍ମଚାରୀମାନେ ବି. ସୀତାପୁର ଅଙ୍ଗନୱାଡି କେନ୍ଦ୍ରରେ ମହିଳା ଓ ଶିଶୁମାନଙ୍କ ସହ ରଜ ପାଳନ କରିଥିଲେ। ସେମାନଙ୍କ ସହ ଆଲୋଚନା କରି ମହିଳା ସଶକ୍ତିକରଣ ଓ ଓଡ଼ିଶାର ପାରମ୍ପରିକ ସଂସ୍କୃତିର ପ୍ରଚାର କରାଯାଇଥିଲା । ଏହାଛଡ଼ା ରଜ ଉତ୍ସବର ଅନ୍ତିମ ପର୍ଯ୍ୟାୟରେ ୧୬ ଜୁନ ୨୦୨୬ ତାରିଖରେ ଆଇଏସଆରଡି ଓନ୍ ଷ୍ଟପ ସେଣ୍ଟର, ଗଜପତିର କର୍ମଚାରୀମାନେ ପାରଳାଖେମୁଣ୍ଡି ସ୍ଥିତ ବିଶାଳ ମେଗା ମାର୍ଟରେ ଏକାଠି ହୋଇ ରଜ ପର୍ବ ପାଳନ କରିଥିଲେ। ଏହି ଉତ୍ସବ ମାଧ୍ୟମରେ ମହିଳା ସମ୍ମାନ, ସାମାଜିକ ଏକତା ଓ ପାରମ୍ପରିକ ଓଡ଼ିଆ ସଂସ୍କୃତିର ମହତ୍ତ୍ୱକୁ ପ୍ରତିଫଳିତ କରାଯାଇଥିଲା।ଏହି କାର୍ଯକ୍ରମରେ ISRD ୱାନ୍ ଷ୍ଟପ ସେଣ୍ଟରର ଶ୍ରୀଲକ୍ଷ୍ମୀ ପାଣୀଗ୍ରାହୀ, ମଧୁସ୍ମିତା ପାଢୀ, ମୋହିନୀ ପ୍ରଧାନ,ଶିବାନୀ ସାମନ୍ତ, ସୁନିତା ବେହେରା, ମୋନାଲିସା ବେହେରା, ନିରୂପମା ରାଉଳ, ହରିକୃଷ୍ଣ ଚୌଧୁରୀ, ଟି ସୁରେଶ କୁମାର, ଦିବ୍ୟ କୁମାର ସୁଆର ଏବଂ ଆଇଏସଆରଡ଼ି ପରିବାର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟ କ୍ରମଟିକୁ ପରିଚାଳନା କରିବାରେ ସହଯୋଗ କରିଥିଲେ |ପରିଶେସରେ ISRD ସଖୀ ୱାନ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାଟିକୁ ସାଙ୍ଗ କରିଥିଲେ | ଶେଷରେ ସମସ୍ତଙ୍କୁ ଆନନ୍ଦମୟ ଓ ସମୃଦ୍ଧିଶାଳୀ ରଜ ପର୍ବର ଶୁଭେଚ୍ଛା ଜଣାଯାଇଥିଲା।
ଗଜପତି ଆଇଏସଆରଡି ୱାନ୍ ଷ୍ଟପ ସେଣ୍ଟରରେ ଆନନ୍ଦ ଉଲ୍ଲାସର ସହ ରଜ ଉତ୍ସବ ପାଳିତ !!!

