କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବର୍ଷା ଋତୁ ରେ ଡ଼ାଇରିଆ ଚିନ୍ତା ଘାରିଛି କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ! ସେଥିପାଇଁ ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏକ ସଚେତନl ମୂଳକ ମିଟିଙ୍ଗ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଗୁରୁପ୍ରସାଦ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ହେବା ସହ ଜିଲ୍ଲା କୁ ଡ଼ାଇରୀଆ ମୁକ୍ତ କରିବାକୁ ଅଣ୍ଟା ଭିଡିଛି ! କେବଳ ସେତିକି ନୁହଁ ଏଥିରେ ସ୍ୱାସ୍ଥ୍ୟକର୍ମୀ ଠୁ ଆରମ୍ଭ କରି ପଞ୍ଚାୟତ ସ୍ତରୀୟ କର୍ମଶାଳା କରିବା ସହ ପ୍ରଚାର ପ୍ରସାର ପାଇଁ ବିଭାଗ ଗଣମାଧ୍ୟ୍ୟମ ର ସହଯୋଗ ଲୋଡ଼ିଛି ! ଜିଲ୍ଲା ର ଅଧିକ ପ୍ରଭାବିତ ଅଞ୍ଚଳରେ ଅଧିକ ସଚେତନl ପାଇଁ ବିଭାଗ ଗୁରୁତ୍ୱ ଦେଉଛି l ଏଥିପାଇଁ ଏକ ସଚେତନତା ପୋଷ୍ଟର ବି ବିଭାଗ ଉନ୍ମୋଚନ କରିଛି l ଆଜିର କାର୍ଯ୍ୟକ୍ରମରେ ଏ ଡି ପିଏଚ ଓ – ଡ଼.ସାଇ ସ୍ୱରପ , ଏଡି ପି ଏଚ ଓ – ହରିଶ ପ୍ରଧାନ , ଡି ପି ଏମ – ଉମେଶ ପ୍ରସାଦ ସାଧଙ୍ଗୀ , ଏନ ଏଚ ଏମ ର ରୋଜାଲିନ ମିଶ୍ର , ଡ଼.ମୁକ୍ତିକାନ୍ତ ଖୁଣ୍ଟିଆ ପ୍ରଭୁତି ଉପସ୍ଥିତ ଥିଲେ l ଜିଲ୍ଲା ର ସମସ୍ତ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ଉପସ୍ଥିତ ଥିଲେ l
କୋରାପୁଟ ଜିଲ୍ଲା ପ୍ରଶାସନକୁ ଡ଼ାଇରିଆ ଚିନ୍ତା : ସଚେତନl ପାଇଁ ଗଣମାଧ୍ୟ୍ୟମ ପ୍ରତିନିଧିଙ୍କ ସହାୟତା ଲୋଡ଼ିଲା !!!

