କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋରାପୁଟ ସଂସ୍କୃତି ଭବନ ରେ ଆରମ୍ଭ ହୋଇଛି ତିନି ଦିନିଆ ବିକାଶ ଧାରା କାର୍ଯ୍ୟକ୍ରମ ! କୋରାପୁଟ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ମାଛ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ , କୋରାପୁଟ ଜିଲ୍ଲାପାଳ ଏଥିରେ ଅଧ୍ୟକ୍ଷତା କରିଥିଲେ ! ଅନ୍ୟ ନିମନ୍ତ୍ରିତ ଅତିଥି ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ କାର୍ଯ୍ୟକ୍ରମର ରୂପରେଖ ଉପରେ ଆଲୋକପାତ କରିଥିଲେ ! ଏ ଅବସରରେ ଉଣେଇସି ଗୋଟି ଷ୍ଟଲ ଖୋଲା ଯାଇଥିଲା , ସେହିପରି ଏହି ବିକାଶ ର ଧାରା କୁ ନେଇ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା ! ସାମ୍ବାଦିକ ନିରଜ ଶତପଥି , ବୁଦ୍ଧିଜୀବୀ ଜଳଧର ସ୍ୱାଇଁ , ସୂର୍ଯ୍ୟ ପଟନାୟକ , ସୁରତ ପ୍ରଧାନ , ପ୍ରତ୍ୟୁଷା ପାତ୍ର ପ୍ରଭୃତି ଆଲୋଚନା ରେ ଅଂଶଗ୍ରହଣ କରି ବିକାଶ ର ଧାରା ଉପରେ ନିଜର ମତ ଉପସ୍ଥାପନା କରିଥିଲେ l
କୋରାପୁଟ ରେ ବିକାଶ ର ଧାରା କାର୍ଯ୍ୟକ୍ରମ ଅନୁଷ୍ଠିତ !!!

