ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଏନ ଡି ଆର ଏଫ ର ସଚେତନତା ମୂଳକ କାର୍ଯ୍ୟକ୍ରମ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋରାପୁଟ ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଦେଶର ପ୍ରମୁଖ ସlମରିକ ବାହିନୀ ଏନ ଡି ଆର ଏଫ ତରଫରୁ ଏକ ସଚେତନତା ମୂଳକ କାଯ୍ୟକ୍ରମ ବିଦ୍ୟାଳୟ ର ମିଟିଙ୍ଗ ହଲ ଠାରେ ଅନୁଷ୍ଠିତ ହୋଇଥିଲା ! ଏଥିରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଅନ୍ୟ ନିମନ୍ତ୍ରିତ ଅତିଥି ମାନେ ଏଥିରେ ଯୋଗ ଦେଇ ଥିଲେ l ଏନ ଡ଼ିଅlର ଏଫ ବାହିନୀ ର ଇନିସ୍ପେଟର ପ୍ରଭାତ କୁମାର ଯାଦବ , ସବ ଇନିସ୍ପେଟର ସୁଖବିର ଶିଂ , ହାବିଲଦାର ଆର ଆର ଦାସ , କନେଷ୍ଟବଲ ପ୍ରଭାତ ପଟେଲ ଓ ସତ୍ୟବ୍ରତ ସାହୁ ମିଳିତ ଭାବେ ପିଲାଙ୍କୁ ବନ୍ୟା ସମୟରେ କିପରି ନିଜକୁ ରକ୍ଷା କରିବାର କୌଶଳ ସମ୍ପର୍କରେ ତାଲିମ ଦେଇଥିଲେ ! ଗ୍ୟାସ ବ୍ୟବହାର ବେଳେ ସିଲିଣ୍ଡର ର ବ୍ୟବହାର ଉପରେ ଉପସ୍ଥିତ ପିଲାଙ୍କୁ ଶିଖେଇବା ସହ ପ୍ରାକୃତିକ ବିପର୍ଯ୍ୟୟ ବେଳେ ନିଜକୁ କିପରି ଭାବରେ ବଞ୍ଚାଇ ପାରିବ ସେ ଉପରେ ବିଭିନ୍ନ ପ୍ରକାର କଳା କୌଶଳ ଦେଖାଇଥିଲେ l ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *