ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗୁରାଣ୍ଡି ମୀନକେତନ ସ୍ନାତକ ମହାବିଦ୍ୟାଳୟରେ ଆଜି ଶକ୍ତିଶ୍ରୀ କାର୍ଯ୍ୟକ୍ରମ ଛାତ୍ରୀଙ୍କ ସୁରକ୍ଷା ଓ ସଶକ୍ତିକରଣ ପାଇଁ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହେଇଯାଇଛି | ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗୋଦାବରୀ ଜେନା, ଇଂରାଜୀ ବିଭାଗ ଅଧ୍ୟାପିକା ତଥା ଶକ୍ତିଶ୍ରୀ ସଂଯୋଜକ ଶ୍ରୀମତୀ ମିନାକ୍ଷୀ ପାଣିଗ୍ରାହୀ, ଆତ୍ମ ସୁରକ୍ଷା ପ୍ରଶିକ୍ଷକ ନିତୁ ଜେନା, ଶିକ୍ଷା ବିଭାଗ ଅଧ୍ୟାପକ ଡ଼କ୍ଟର ନାଗେଶ୍ୱର ରାଓ, ଅର୍ଥନୀତି ଅଧ୍ୟାପକ ଡ଼କ୍ଟର ଲମ୍ବୋଦର ରାଉତ, ପ୍ରାଣୀ ବିଜ୍ଞାନ ଅଧ୍ୟାପିକା କଳ୍ପନା ମହାରଣା, ସ୍ୱାସ୍ଥ୍ୟ ବିଭାଗ ସମ୍ପ୍ରସାରଣ ଅଧିକାରୀ ମମତା ପାଢି ଅତିଥି ଭାବେ ଯୋଗ ଦେଇ ଛାତ୍ରୀଙ୍କ ସୁରକ୍ଷା, ସଚେତନ, ନିଜ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ସଚେତନ ରହି ଅପରିସ୍ଥିତିକ ସମୟରେ ନିଜକୁ କିପରି ଧୈର୍ଯ୍ୟା, ସାହସ, କିଛି କୌଶଳ ପ୍ରୟୋଗ କରି ବିପଦରୁ ନିଜକୁ ସୁରକ୍ଷା ନିମନ୍ତେ ତାଲିମ ପ୍ରଦାନ କରିବା ସହିତ ଉପଯୁକ୍ତ ଉପଦେଶ ପ୍ରଦାନ କରିଥିଲେ | ସ୍ୱାଗତ ଭାଷଣ ରାଜନୀତି ବିଭାଗ ଅଧ୍ୟାପକ ଶ୍ରୀ ଦୁର୍ଗା ପ୍ରସାଦ ପଟ୍ଟନାୟକ ପ୍ରଦାନ କରିଥିଲେ | ଇତିହାସ ବିଭାଗ ଅଧ୍ୟାପିକା ଶ୍ରୀମତୀ ସୁନିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ |
ମୀନକେତନ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ କାର୍ଯ୍ୟକ୍ରମ !!!

