ଚାରି ପାଞ୍ଚ ନେତାଙ୍କୁ ଅତିଥି କଲେ – ହୋଇଗଲା ମହୋତ୍ସବ !!!

Spread the love

ଆୱାଜ ମିଡ଼ିଆ ( ବ୍ୟୁରୋ ରିପୋର୍ଟ ) : ଦିନକୁ ଦିନ ବଢ଼ିବାରେ ଲାଗିଛି ମହୋତ୍ସବ ମାନିଆ ! ଆଉ ରାଜନୀତିରେ ଆଶାୟୀ ଙ୍କ ସଂଖ୍ୟା ବୃଦ୍ଧି ଏସବୁକୁ ଯୋଗାଉଛି ଖୋରାକ ! ବିଶେଷ କରି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଦେଖିବାକୁ ମିଳୁଛି ଅନେକ ମହୋତ୍ସବ ! କଟକ ଜିଲ୍ଲା ମୁଖ୍ୟାଳୟରେ ଶାରଦୀୟ ଦୁର୍ଗାପୂଜା ଏବଂ ବାଲିଯାତ୍ରା ବ୍ୟତୀତ ଅଧିକ ଜନ ସମାଗମ ହେଉଥିବା ଉତ୍ସବ ପ୍ରାୟ ଆଉ କିଛି ନଥିଲା ! ଆଗରୁ କେବଳ ବାଙ୍କୀ ସଦର ମହକୁମାରେ ଗଣପର୍ବ କୁମାର ପୂର୍ଣ୍ଣିମା ରେ ଲୋକ ଗହଳି ହେଉଥିଲା ! ପରବର୍ତ୍ତୀ ସମୟରେ କୁମାର ପୂର୍ଣ୍ଣିମାରେ ଆରମ୍ଭ ହୋଇଥିଲା ବାଙ୍କୀ ମହୋତ୍ସବ ! ଏ ମଧ୍ୟରେ ବାଙ୍କୀ ମହୋତ୍ସବ ତାର ରୌପ୍ୟ ଜୟନ୍ତୀ ପାଳନ କରି ସାରିଥିବା ସମୟରେ ବାଙ୍କୀ , ବାରଙ୍ଗ ଏବଂ କଳାପଥର ଅଞ୍ଚଳରେ ମଞ୍ଚ ବାନ୍ଧି ସାରିଛି ଆହୁରି ଅନେକ ମହୋତ୍ସବ ! ଚୁଡ଼ଙ୍ଗଗଡ ବାରଙ୍ଗ ମହୋତ୍ସବ , ଶିମିଳିପୁର ଜାଗର ମହୋତ୍ସବ , କାର୍ତ୍ତିକ ମହୋତ୍ସବ , ରଜ ମହୋତ୍ସବ ଆହରୁ କେତେ ନୂଆ ମଞ୍ଚ ଏଭିତରେ ତାର କାୟା ବିସ୍ତାର କରି ସାରିଲାଣି ! ତେବେ ବିଭିନ୍ନ ପର୍ବ ପର୍ବାଣୀରେ ମହୋତ୍ସବ ଆୟୋଜନ ସାଙ୍ଗକୁ ଗ୍ରାମାଞ୍ଚଳରେ କ୍ରିକେଟ , ଫୁଟବଲ ଓ ଭଲି ର ଟୁର୍ଣ୍ଣାମେଣ୍ଟ କାରଣରୁ ନୟାନ୍ତ ହୋଇଗଲେଣି ସ୍ଥାନୀୟ ନେତା ! ପ୍ରାୟତଃ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ଏବଂ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଅତିଥି ହୋଇ ଯାଉଥିବା ସମୟରେ ବିଜେପି ନେତା ତଥା ବିଧାୟକ ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ମଧ୍ୟ ବହୁ କାର୍ଯ୍ୟକ୍ରମରେ ଫିତା କାଟି ଦୀପ ଜାଳୁଛନ୍ତି ! ପୂର୍ବତନ ବିଧାୟକ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ଏବଂ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢୀ ଙ୍କ ପ୍ରତି ଆୟୋଜକଙ୍କ ଆଗ୍ରହ ଟିକେ କମ , ଅନୁମାନ ମୁତାବକ ମାଲ ମିଳୁ ନାହିଁ ବୋଧେ ! ଏ ମଧ୍ୟରେ ଅତିଥି ତାଲିକାରେ ଯୋଡି ହୋଇ ଯାଇଛି ଆଉ ଦୁଇଟି ନାଁ , ସ୍ବର୍ଗତ ଅକ୍ଷୟ ପଟ୍ଟନାୟକ ଙ୍କ ପୁତ୍ର ଅଭିନାଶ ପଟ୍ଟନାୟକ ଏବଂ ଯୁବନେତା ଆକାଶ ପାଣି ଙ୍କୁ ଏବେ ବହୁ ମଞ୍ଚରେ ଦେଖିବାକୁ ମିଳୁଛି ! ତେବେ କାର୍ଯ୍ୟକ୍ରମରେ ଅତିଥି ହୋଇ ମଞ୍ଚରେ ଚଉକି ଆବୋରି ଦାନ ଦକ୍ଷିଣା ଦେବାରେ ଟିକେ ନିରାପଦ ଦୂରତାରେ ଅଛନ୍ତି ବାଙ୍କୀ ର ଦୁଇ ବ୍ଲକ ର ଅଧ୍ୟକ୍ଷ – ପ୍ରଣବ କିଶୋର ପଟେଲ ଏବଂ ପୁଷ୍ପଲତା ସାମନ୍ତ ! ଏବଂ ଯାହା ସୂଚନା ନିର୍ବାଚନ କୁ ଦୁଇ ବର୍ଷ ବିତିବା ପରେ ଧୀରେ ଧୀରେ ଏଥିରୁ ମୁଂହ ଫେରାଇ ନେଲେଣି ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ ! ବାଙ୍କୀ ରାଜନୀତିରେ ଏବେ ଦେଖା ଦେଇଥିବା ବିଜେଡି ଫାଟ ପରେ ସମ୍ଭବତଃ ଆଗକୁ ଆହୁରି ନୂଆ ମୁଂହ ଖୁବ ଶୀଘ୍ର ଅତିଥି ତାଲିକାରେ ଯୋଡି ହୋଇ ପାରନ୍ତି ! ରାଜନୀତିର ପରିବର୍ତ୍ତିତ ସଂଜ୍ଞା ଅନୁସାରେ ନେତା ମାନଙ୍କର ରୋଜଗାର ପ୍ରାୟତ ଠିକାଦାରୀ ଏବଂ କମିଶନ ! ଝାଳବୁହା ଧନ ହୋଇଥିଲେ ଏମିତି ବେକରେ ମାଳ ପକାଇ ଦୀପ ଜାଳି ଦକ୍ଷିଣା ଦେଉ ନଥାନ୍ତେ ! ତେବେ ଲୋକେ ଯାହା ଭାବୁଛନ୍ତି , କାର୍ଯ୍ୟକ୍ରମ ଆୟୋଜନ କରି , ଚାରି ପାଞ୍ଚ ନେତାଙ୍କୁ ଡାକି , ସେମାନଙ୍କ ଅନ୍ୟାୟ ଅର୍ଜିତ ଧନରୁ କିଛି କିଛି ପାଇ ଉତ୍ସବ ଆୟୋଜନ କଲେ କ୍ଷତି କଣ !

Leave a Reply

Your email address will not be published. Required fields are marked *