କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋରାପୁଟ ରେ ଜିଲ୍ଲା ଅମଲା ସଙ୍ଘର ଅମଲା ଉତ୍ସବ ଅନୁଷ୍ଠିତ l ଆଜି ସ୍ଥାନୀୟ ସଂକୃତି ଭବନ ଠାରେ କୋରାପୁଟ ଜିଲ୍ଲା ଅମଲା ତନ୍ତ୍ର ତରଫରୁ ତିନି ଦିନିଆ ଅମଲା ଉତ୍ସବ ଆରମ୍ଭ ହୋଇଛି ! କାର୍ଯ୍ୟକ୍ରମକୁ କୋରାପୁଟ ସାଧାରଣ ବିଭାଗ ର ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଉଦଘାଟନ କରିଥିଲେ l ଅନ୍ୟ ନିମନ୍ତ୍ରିତ ଅତିଥି ଭାବେ ନରେଶ କୁମାର ଶବର ଯୋଗଦେଇ ଏହି କାଯ୍ୟକ୍ରମ ର ରୁପ ରେଖ ଉପରେ ଆଲୋକପାତ କରିଥିଲେ ! ମଣିଷ ବ୍ୟସ୍ତ ବହୁଳ ଜୀବନ କୁ ସରଳ ସରସ ସୁନ୍ଦର କରିବାକୁ ଆହ୍ୱାନ ଦେଇଥିଲେ l ପରେ ସାଂସ୍କୃତିକ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଉତ୍ସବ ରେ ଅମଲା ତନ୍ତ୍ର ସଙ୍ଘ ର ପ୍ରସନ୍ନ କୁମାର ନାୟକ , ଭି.ନାଗରାଜୁ , ଜଗନ୍ନାଥ ନାୟକ , ମନୋଜ ନାୟକ , ଅମିତ ସୁବୁଦ୍ଧି , ନିତ୍ୟାନନ୍ଦ ଭତ୍ରା , ପାତାଳେଶ୍ଵର ବିଷୋୟୀ , ରାଜେଶ୍ୱରୀ ଦିବ୍ୟା ଙ୍କ ସମେତ ବୁଦ୍ଧିଜୀବୀ ସଙ୍ଘର ପରିବାର ସଦସ୍ୟ ସମସ୍ତେ ସାମିଲ ହୋଇଥିଲେ l ସୂଚନା ଯୋଗ୍ୟ ଜିଲ୍ଲା ରେ ପ୍ରଥମ ଥର ସଙ୍ଘ ଏହି ପ୍ରକାର କାଯ୍ୟକ୍ରମ ଆୟୋଜନ କରୁଥିବା ବେଳେ ଦିବ୍ୟାଙ୍ଗ ଅଭିମାନିନୀ ଙ୍କ ଗୀତ ରେ ଦର୍ଶକ ଝୁମିଥିଲେ l

