ଫିକା ପଡିଲା ଏମ ଏସ ଏମ ଇ ର ଉଦଘାଟନୀ କାର୍ଯ୍ୟକ୍ରମ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିକଶିତ ଓଡିଶା ପାଇଁ ଜିଲ୍ଲା ଶିଳ୍ପ ବିଭାଗ ତରଫରୁ ଏକ ତିନି ଦିନିଆ ଏମ ଏସ ଏମ ଇ କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଥିଲା ଯାହାକୁ କୋରାପୁଟ ବିଧାୟକ ରଘୁରାମ ମାଛ ଉଦଘାଟନ କରିବା ସହ ଜିଲ୍ଲା ର ବିଭିନ୍ନ ଉଦ୍ୟୋଗପତି , ବ୍ୟବସାୟୀଙ୍କ ସହ ଏ ଉପରେ ଆଲୋଚନା କରିଥିଲେ l ବିଭିନ୍ନ ଷ୍ଟଲ ବୁଲି ଦେଖିବା ସହ ଏହା ସରକାର ଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ l ଅନ୍ୟପଟେ ଦେଖିବାକୁ ଗଲେ ଏହି କାର୍ଯ୍ୟକ୍ରମ ଫିକା ପଡ଼ିଲା ପରି ମନେ ହେଲା ! ଘରେ ନ ପଶୁଣୁ ଚାଳ ବାଜିଲା ଭଳି କାର୍ଯ୍ୟକ୍ରମରେ ବ୍ୟବସାୟୀ ଙ୍କୁ ଯେଉଁ ଷ୍ଟଲ ଦିଆ ଯାଇଥିଲା , ସେଥିରେ ଷ୍ଟଲ ଗୁଡିକ ର ନମ୍ବର ନଥିଲା ବେଳେ ବର୍ଷା ବି ଦାଉ ସାଧିଲା ! ଷ୍ଟଲ ଭିତରେ ବର୍ଷା ପାଣି ପଶିଥିଲା , ଏପରିକି କାର୍ଯ୍ୟକ୍ରମ କୋରାପୁଟ ସଦର ମହକୁମା ରେ ଅନୁଷ୍ଠିତ ହୋଇଥିଲା ବେଳେ କୋରାପୁଟ ର ବ୍ୟବସୟୀ ଙ୍କୁ ଷ୍ଟଲରେ ଦେଖିବାକୁ ମିଳି ନଥିଲା ! ନିର୍ଦ୍ଧାରିତ ସମୟରେ କାର୍ଯ୍ୟକ୍ରମ ନହୋଇ ବିଳମ୍ବ ରେ ଆରମ୍ଭ ହୋଇଥିଲା ବେଳେ ବିଭାଗୀୟ କତୃପକ୍ଷ ଙ୍କ ଦୁରଦୃଷ୍ଟି ର ଅଭାବ ଯୋଗୁଁ ହାତ ଗଣତି କିଛି ମାତ୍ର ସାମ୍ବାଦିକ ଙ୍କୁ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ! ଏହିପରି ଭାବରେ ପ୍ରଥମ ଦିନ ର କାର୍ଯ୍ୟକ୍ରମ ଶେଷ ହୋଇଥିଲା !

Leave a Reply

Your email address will not be published. Required fields are marked *