ମୀନକେତନ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମୀନକେତନ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହେଇସାରିଛି |ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗୋଦାବରୀ ଜେନା କାର୍ଯ୍ୟକ୍ରମକୁ ସଭାପତିତ୍ୱ କରିଥିଲେ |ଇଂରାଜୀ ବିଭାଗ ଅଧ୍ୟାପିକା ତଥା ଶକ୍ତିଶ୍ରୀ ସଂଯୋଜିକା ଶ୍ରୀମତୀ ମିନାକ୍ଷୀ ପାଣିଗ୍ରାହୀ ଛାତ୍ରୀ ମାନଙ୍କ ସୁରକ୍ଷା ଦୁଷ୍ଟିରୁ ନିଜ ଜୀବନକୁ ପ୍ରତ୍ୟେକ ମୁହୂର୍ତ୍ତ ସତର୍କତା, ସୁରକ୍ଷା ପ୍ରତି କିଛି କୌଶଳ ଶିକ୍ଷା କରିବା ନିହାତି ଆବଶ୍ୟକତା ବୋଲି ନିଜର ଭାଷଣ ଦେଇଥିଲେ | ଆତ୍ମସୁରକ୍ଷା ତାଲିମ ପ୍ରଶିକ୍ଷିକା ସୁଶ୍ରୀ ନିତୁ ଜେନା ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ସହିତ କିଛି ଉପଯୁକ୍ତ ସୁରକ୍ଷା ଟିପ୍ସ ପ୍ରଦାନ କରିଥିଲେ |ଶିକ୍ଷା ବିଭାଗର ଅଧ୍ୟାପକ ଡ଼କ୍ଟର ନାଗେଶ୍ୱର ରାଓ ଛାତ୍ରୀ ମାନଙ୍କୁ ନିଜର ସୁରକ୍ଷା ପ୍ରତି ନିଜେ ସଚେତନ ରହିବା ପାଇଁ ଅଭିଭାଷଣ ଦେଇଥିଲେ |ତେଲୁଗୁ ଅଧ୍ୟାପକ ଡ଼କ୍ଟର ନାମ୍ବାଳା ଭାନୁଶ୍ରୀ ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ଦିଗରେ ନିଜକୁ ସଚେତନ ରହିବା ପାଇଁ କିଛି ଉଦାହରଣ ଦେଇ ନିଜର ମତ ରଖିଥିଲେ |ଅର୍ଥନୀତି ଅଧ୍ୟାପକ ଡ଼କ୍ଟର ଲମ୍ବୋଦର ରାଉତ ବର୍ତ୍ତମାନ ସମାଜର ପରିସ୍ଥିତିକୁ ଦେଖି ନିଜେ କିପରି ମାନସିକ, ଶାରୀରିକ କ୍ଷେତ୍ରରେ ଦୃଢ ହେବେ ନିଜର ଭାଷଣ ଦେଇଥିଲେ |ମୁଖ୍ୟ ଅତିଥି ରୂପେ ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଡ଼କ୍ଟର ପ୍ରସ୍ନନା ଯୋଗଦେଇ ଛାତ୍ରୀମାନଙ୍କୁ ଭୟବିତ ନ ହୋଇ ସମାଜର ମୁଖ୍ୟ ସ୍ରୋତରେ ନିଜକୁ ସାମିଲ କରିବା ପାଇଁ ଉପଦେଶ ଦେଇଥିଲେ |ମୁଖ୍ୟ ଅତିଥି ଦ୍ୱାରା ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା |ରାଜନୀତି ବିଜ୍ଞାନ ଅଧ୍ୟାପକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଛାତ୍ରୀମାନଙ୍କୁ ବିଗତ ଦିନରେ ଘଟିଥିବା ଘଟଣାବଳୀ ଗୁଡିକ ବିଷୟରେ ଅବଗତ କରି ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ତାଲିମର ମୁଖ୍ୟ ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ |ଇତିହାସ ବିଭାଗର ଅଧ୍ୟାପିକା ଶ୍ରୀମତୀ ସୁନିତା ବେହେରା ବର୍ତ୍ତ ମାନ ସମୟରେ ଶିକ୍ଷାନୁଷ୍ଠାନ ଗୁଡିକରେ ଚାଲିଥିବା ଛାତ୍ରୀ ମାନଙ୍କ ପ୍ରତି ଶୋଷଣ, ନିର୍ଯାତନା, ଅମାନସିକ ପରିସ୍ଥିତିକୁ ଦୁଷ୍ଟିରେ ରଖି ପ୍ରତ୍ୟେକ ଛାତ୍ରୀଙ୍କୁ ସ୍ୱାବଲମ୍ବି ହେବା, ଆତ୍ମ ନିର୍ଭରଶୀଳ ହେବା, ଶୃଙ୍କଳିତ ହେବା, ସାହସ, ଧୈର୍ଯ୍ୟ ସହିତ ଅନୁକୂଳ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଉପଦେଶ ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *