ଜିଲ୍ଲା ସ୍ତରୀୟ ମହିଳା ସାଇକେଲ ରାଲି ଆୟୋଜନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ମୁଖ୍ୟଳୟରେ ସ୍ଥାନୀୟ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ଠାରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଶ୍ୱ ସାଇକେଲ ଦିବସ ଉପଲକ୍ଷେ ଏକ ମହିଳା ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ! ଓଡିଶା ସାଇକଲିଂ ଆସୋସିଏସନ ଏବଂ ଜିଲ୍ଲା ପ୍ରଶାସନ ର ମିଳିତ ଉଦ୍ୟମ ରେ ଆୟୋଜନ କରାଯାଇଥିବା ଉକ୍ତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫଲାଗୁନି ମାଝୀ, ଭାରପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ତ୍ରିନାଥ ସାହୁ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ପାତ୍ର ଏବଂ ଓଡିଶା ସାଇକେଲିଙ୍ଗ ଆସୋସିଏସନ ର ସଦସ୍ୟ ପ୍ରଦ୍ୟୁମ୍ନ କୁମାର ବିଶୋଇ ଯୋଗଦେଇ ଦୈନନ୍ଦିନ ଜୀବନରେ ସାଇକଲ ର ଆବଶ୍ୟକତା ଏବଂ ଏହାର ପ୍ରଭାବ ଉପରେ ଆଲୋଚନା କରିଥିଲେ l ବର୍ଷା ଲାଗି ରହିଥିବା ସତ୍ୱେ ବିଭିନ୍ନ ଅନୁଷ୍ଠାନ ରୁ ପ୍ରାୟ 100 ଜଣ ଛାତ୍ରୀ ଅଂଶଗ୍ରହଣ କରି ପ୍ରମାଣପତ୍ର ପ୍ରାପ୍ତ କରିଥିଲେ l ଓଡିଶା ସାଇକେଲିଂ ଆସୋସିଏସନ ପକ୍ଷରୁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ସହ ପିଇବା ପାଣି ଏବଂ ଜଳଖିଆ ର ବ୍ୟବସ୍ଥା କରାଯାଇଥିଲା l କାର୍ଯ୍ୟକ୍ରମ ଶେଷରେ ପ୍ରଦ୍ୟୁମ୍ନ କୁମାର ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *