ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ତୁଳସୀପୁର ଗ୍ରାମପଞ୍ଚାୟତ ଠାରୁ ଖୋର୍ଦ୍ଧା ଜିଲ୍ଲାର ହଳଦିଆ ଗ୍ରାମକୁ ସଂଯୋଗ କରୁଥିବା ନୂତନ ରାସ୍ତାର ଉଭୟ ପାର୍ଶ୍ବରେ ବୃକ୍ଷ ରୋପଣ କରାଯାଇ ପାଳନ କରାଯାଇଛି ବନମହୋତ୍ସବ । ଅଂଚଳର ଦୁଇ ପ୍ରକୃତି ବନ୍ଧୁ ତଥା ଶିକ୍ଷକ ବଳରାମ ପାଇକରାୟ ଏବଂ ପ୍ରକୃତିପ୍ରେମୀ ଗୋକୁଳାନନ୍ଦ ତ୍ରିପାଠୀ ମିଶି ନୂତନ ଭାବେ ନିର୍ମାଣଧୀନ ରାସ୍ତାର ଉଭୟ ପାର୍ଶ୍ବରେ ବର ଓ ଓସ୍ତ ଗଛ ଲଗାଇ ବନ ମହୋତ୍ସବ ପାଳନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ନୂତନ ରାସ୍ତାଟି ବିଲ ମଧ୍ୟ ଦେଇ ଯାଇଥିବାରୁ ପଥିକମାନେ ଖରା ଦିନେ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ବୃକ୍ଷ ଗୁଡିକର ସାହାଯ୍ୟ ନେଇ ପାରିବେ । ଏଥିସହିତ ପଶୁପକ୍ଷୀ ମାନଙ୍କର ଖାଦ୍ୟାଭାବ ଦୁର ହେବା ସହିତ ଆଶ୍ରୟ ମଧ୍ୟ ପାଇବେ । ଶ୍ରୀ ପାଇକରାୟ ବିଭିନ୍ନ ସମୟରେ ବାଟ ଘାଟ କୂଅ ଏବଂ ଗଛ କୋରଡରୁ ବର ଅଶ୍ୱତଥ ଗଛ ଗୁଡିକୁ ସଂଗ୍ରହ କରି ସଯତ୍ନରେ ବଢାଇବା ପରେ ଏହାକୁ ସେ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନକୁ ଯୋଗାଇ ଦିଅନ୍ତି ଲଗେଇବା ପାଇଁ । ଏହି ମହତ ଉଦ୍ଦେଶ୍ୟକୁ ସ୍ଥାନୀୟ ଜନସାଧାରଣ , ବୁଦ୍ଧିଜୀବୀ ଓ ପରିବେଶବିତ ମାନେ ଉଚ୍ଚ ପ୍ରଂଶସା କରିଛନ୍ତି ।
ନିଆରା ଢଙ୍ଗରେ ବନମହୋତ୍ସବ ପାଳନ କଲେ ପ୍ରକୃତି ବନ୍ଧୁ !!!

