ନାରୀ ସମ୍ମାନ ଓ ଝିଅଙ୍କ ସୁରକ୍ଷା ପାଇଁ ବୃକ୍ଷରୋପଣ ମାଧ୍ୟମରେ ସଚେତନତାର ବାର୍ତ୍ତା !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : ସମାଜରେ ନାରୀର ସମ୍ମାନ ଓ ଝିଅମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ। ଏହି ମହତ ଉଦ୍ଦେଶ୍ୟକୁ ଆଗକୁ ନେଇ ନିଆଳି ମାଟିର ଯୁବ ସମାଜସେବୀ ସନ୍ତୋଷ ମଲ୍ଲିକ୍ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ, “ନାରୀଙ୍କୁ ସମ୍ମାନ ଓ ଝିଅଙ୍କୁ ସୁରକ୍ଷା ପ୍ରଦାନ କରିବା ଆମର ମୂଳ ଲକ୍ଷ୍ୟ।”

ଏହି ବାର୍ତ୍ତାକୁ ପ୍ରଚାରିତ କରିବା ପାଇଁ ଶ୍ରୀ ମଲ୍ଲିକ୍ ‘ନାରୀ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହି ଅବସରରେ ସେ କହିଥିଲେ ଯେ, ଯେପରି ଏକ ଗଛକୁ ବଢ଼ାଇବା ପାଇଁ ଯତ୍ନ ଓ ସୁରକ୍ଷାର ଆବଶ୍ୟକତା ରହିଥାଏ, ସେହିପରି ସମାଜରେ ନାରୀର ସମ୍ମାନ ଓ ସୁରକ୍ଷା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବୃକ୍ଷରୋପଣ ମାଧ୍ୟମରେ ସେ ସମାଜକୁ ଏକ ବାର୍ତ୍ତା ଦେଇଛନ୍ତି ଯେ, ନାରୀ ଓ ପ୍ରକୃତି ସମାନ, ଉଭୟଙ୍କୁ ସମ୍ମାନ କଲେ ହିଁ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ।

ଶ୍ରୀ ମଲ୍ଲିକ୍‌ଙ୍କ ଏହି ପ୍ରୟାସକୁ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି। ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିବା ଏବଂ ମହିଳା ଓ କନ୍ୟା ସନ୍ତାନଙ୍କ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବା ଦିଗରେ ଏହା ଏକ ପଦକ୍ଷେପ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *