ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଯୁବ ସମାଜସେବୀ ବିଶ୍ୱଜିତ ବିଶ୍ୱାଳ , କଳାପଥର ବସଷ୍ଟାଣ୍ଡ ର ପୁନଃରୁଦ୍ଧାର ନେଇ ବାଙ୍କୀ ଉପ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ! କଳାପଥର ବସଷ୍ଟାଣ୍ଡର ପୁନଃରୁଦ୍ଧାର ତଥା ରାଜ୍ୟ ସରକାରଙ୍କ ଅଟଳ ବସଷ୍ଟାଣ୍ଡ ଯୋଜନା ରେ ଏହାକୁ ସାମିଲ ପାଇଁ ଦାବିପତ୍ର ଦେଇଛନ୍ତି ! କଳାପଥର ଏକ ବ୍ୟବସାୟିକ କେନ୍ଦ୍ର ହୋଇଥିବା ବେଳେ , ସ୍ଥାୟୀ ବସଷ୍ଟାଣ୍ଡ ନଥିବାରୁ ଜନ ସାଧାରଣଙ୍କ ଠୁ ଆରମ୍ଭ କରି ଛାତ୍ର ଛାତ୍ରୀ, ମହିଳା , ବୟସ୍କ ବ୍ୟକ୍ତି ଏବଂ ବ୍ୟବସାୟୀ ମାନେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ! ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରି କଳାପଥର ବସଷ୍ଟାଣ୍ଡ କୁ ଅଟଳ ବସଷ୍ଟାଣ୍ଡ ଯୋଜନାରେ ସାମିଲ ପାଇଁ ପ୍ରସ୍ତାବ ଦେବାକୁ ନିବେଦନ କରିଛନ୍ତି ଯୁବ ସମାଜସେବୀ ବିଶ୍ୱଜିତ ବିଶ୍ୱାଳ ! ବାଙ୍କୀ ଉପ ଜିଲ୍ଲାପାଳ ମନସ୍ବିନୀ ଦାସ ଦାବିପତ୍ର ଗ୍ରହଣ କରିବା ସହ ବସଷ୍ଟାଣ୍ଡ ଅଞ୍ଚଳ ପରିଦର୍ଶନ କରି ତୁରନ୍ତ କିପରି କାର୍ଯ୍ୟ ଆରମ୍ଭ ହେବ ପ୍ରତିଶ୍ରୁତି ଦେଇଛନ୍ତି !
କଳାପଥର ବସଷ୍ଟାଣ୍ଡର ପୁନଃରୁଦ୍ଧାର ନେଇ ବାଙ୍କୀ ଉପ-ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ !!!

