ଡିଜିଟାଲ ମିଡ଼ିଆ ସଂଯୋଗ ଟୁଡ଼େ ର ସପ୍ତମ ବାର୍ଷିକ ଉତ୍ସବ ଆୟୋଜିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଅଗ୍ରଣୀ ଡିଜିଟାଲ ମିଡ଼ିଆ ସଂଯୋଗ ଟୁଡ଼େ ର ସପ୍ତମ ବାର୍ଷିକ ଉତ୍ସବ ଆୟୋଜିତ ! ରାଜଧାନୀ ଗୀତ ଗୋବିନ୍ଦ ସଦନରେ ସଂଯୋଗ ଟୁଡ଼େ ପକ୍ଷରୁ ସପ୍ତମ ବାର୍ଷିକ ଉତ୍ସବ , ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଏବଂ ମାନବିକତା – ଏକ ମାନସ ମନ୍ଥନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ! ଆୟୋଜିତ କାର୍ଯ୍ୟକ୍ରମରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିରଦୋଶ , ଭୁବନେଶ୍ୱର ମଧ୍ୟ ବିଜେପି ନେତା ଜଗନ୍ନାଥ ପ୍ରଧାନ , ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ , ମହିଳା ନେତ୍ରୀ ସୁନୀତି ମୁଣ୍ଡ ପ୍ରମୁଖ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦାନ କରିଥିଲେ ! ସଂଯୋଗ ଟୁଡ଼େ ର ମୁଖ୍ୟ ସମ୍ପାଦକ ସୁଧୀର ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଗଗନ ରାଉତ , ବିଜେପି ନେତା ଦିଲ୍ଲୀପ ବେହେରା , ନାରୀ ନେତ୍ରୀ ସୁମିନା ପ୍ରଧାନ , ନିଷ୍ଟ ର ଅଧ୍ୟକ୍ଷା ପ୍ରଜ୍ଞା ପାରମିତା ପାଢ଼ୀ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଆଲୋଚନାର ଶୀର୍ଷକ ଉପରେ ଉପାଦେୟ ମନ୍ତବ୍ୟ ରଖିଥିଲେ ! ରାଜ୍ୟର ବହୁ ଅଗ୍ରଣୀ ସାମାଜିକ ସଂଗଠନ , କଳାକାର , ସାମ୍ବାଦିକ , କୃଷକ , ସମାଜସେବୀ ଙ୍କୁ ସଂଯୋଗ ଉତ୍କର୍ଷ ସମ୍ମାନରେ ସମ୍ମାନୀତ କରାଯାଇଥିଲା !

Leave a Reply

Your email address will not be published. Required fields are marked *