ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ଏଡ୍ସର ସୂଚନା, ଶିକ୍ଷା ଓ ପ୍ରଚାର ପ୍ରସାର ମାଧ୍ୟମକୁ ବ୍ୟାପକ କରିବା କାର୍ଯ୍ୟକ୍ରମ 3.0 ଅର୍ଥାତ (AIDS Intensive IEC Campaign 3.0) ଉଦ୍ଘାଟନୀ ସମାରୋହ ! ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ICTC ସଂଯୋଜକ ଶକ୍ତି ପ୍ରସାଦ ପଟନାୟକ,SWWS ର project manager ପି.ସୁନିତା,SWWS ର ସଂଯୋଜକ ସୁନୀଲ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ HIV/AIDS ର ସଚେତନତା ନିମନ୍ତେ ସୂଚନା,ଶିକ୍ଷା ଓ ଯୋଗାଯୋଗ ଵା ପ୍ରଚାର ପ୍ରସାର କୁ ବ୍ୟାପକ କରିବା ପାଇଁ ଦୁଇ ମାସିଆ କାଜ୍ୟକ୍ରମ ଆନ୍ତର୍ଜାତିକ ଯୁବ ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ଉଦଘାଟନି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | AIDS ର କାରଣ,ନିରାକରଣ, ଇତିହାସ ଓ ଦେଶ,ରାଜ୍ୟ, ଜିଲ୍ଲା ରେ ଏଡ୍ସ ରୋଗୀ ସଂଖ୍ୟା ବିଷୟରେ ଛାତ୍ର ଛାତ୍ରୀଙ୍କୁ ସୂଚନା ଦେଇଥିଲେ।STI,RTI ବିଷୟରେ ଅବଗତ କରାଇ ଥିଲେ। ଏଡ୍ସ ରୋଗୀ ଙ୍କ ପ୍ରତି ସ୍ନେହ ଓ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରାଯାଇଥିଲା । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକଙ୍କ ଅଧକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମଟିକୁ Y RC ସଂଯୋଜିକା କଳ୍ପନା ପଣ୍ଡା ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଓ ପୁରସ୍କାର ପ୍ରଦାନ କରାଯାଇଥିଲା !
ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ AIDS Intensive IEC Campaign 3.0 ର ଉଦ୍ଘାଟନୀ ସମାରୋହ !!!

