ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ ପୁରୁଣା ରାଜବାଟୀସ୍ଥିତ ଭାଜପା କାର୍ଯ୍ୟାଳୟ ପରିସରରେ “ବିଭାଜନ ବିଭୀଷିକା ସ୍ମୃତି ଦିବସ” ପାଳନ ଅବସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଦେଶ ବିଭାଜନ ସମୟରେ ଅସୀମ ଯନ୍ତ୍ରଣା, ବିସ୍ଥାପନ ଓ ଜୀବନ ହରାଇଥିବା ଅସଂଖ୍ୟ ନିରୀହ ଲୋକଙ୍କୁ ସ୍ମରଣ କରାଯାଇଥିଲା।

ବକ୍ତାମାନେ କହିଥିଲେ ଯେ, ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକଙ୍କ ମନରେ ଦେଶପ୍ରେମର ଭାବନାକୁ ଆହୁରି ଦୃଢ଼ କରିବା ଆବଶ୍ୟକ। ତ୍ରିରଙ୍ଗା ଶୋଭାଯାତ୍ରା ଓ ବିଭାଜନ ବିଭୀଷିକା ସ୍ମୃତି ଦିବସ ମାଧ୍ୟମରେ “ଦେଶ ପ୍ରଥମ, ଦେଶର ଏକତା ସର୍ବୋପରି” ବାର୍ତ୍ତା ନୟାଗଡ଼ବାସୀଙ୍କ ନିକଟରେ ପହଞ୍ଚାଯାଇଥିଲା।

Leave a Reply

Your email address will not be published. Required fields are marked *