ସ୍ୱଦେଶୀ ସଂଗ୍ରାମ ଫାଉଣ୍ଡେସନ ସଂଗଠନର ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସ୍ୱଦେଶୀ ସଂଗ୍ରାମ ଫାଉଣ୍ଡେସନ ସଂଗଠନର ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ! ବାଲେଶ୍ୱର ଜିଲ୍ଲାର ସ୍ୱଦେଶୀ ସଂଗ୍ରାମ ଫାଉଣ୍ଡେସନ ସଂଗଠନର ସାରସ୍ୱତ ଓ ସାଂସ୍କୃତିକ ଶାଖା ‘ବନ୍ଦେ ମାତରଂ’ ତରଫରୁ ସ୍ୱାଧୀନତା ଦିବସ ପାଳନ ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ! ସାହିତ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ସମାଜସେବା, ଦେଶ ମାତୃକାର ସେବା କରି ଥିବା ସୈନିକ ତଥା ଶହୀଦଙ୍କ ପତ୍ନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଶ୍ରୀମତୀ ଆଶାଲତା ପାଣଗ୍ରାହୀଙ୍କୁ ଵିଶିଷ୍ଟ ଶିକ୍ଷାବିତ୍, ସାହିତ୍ୟିକା ତଥା ସମାଜସେବୀ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବରେ ମୁଖ୍ୟ ଅତିଥିଭାବେ ଆଇଟିଆର ର ଡାଇରେକ୍ଟର, ଵିଶିଷ୍ଟ ଅତିଥି ଭାବେ ଡି ଆର ଡି ଓ ବାଲେଶ୍ୱରର ଯୁବ ବୈଜ୍ଞାନିକ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *