ଜୟଦେବ ଭବନରେ ମୁର୍ଚ୍ଛନା ପକ୍ଷରୁ ଚିର ସବୁଜ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଜୟଦେବ ଭବନରେ ମୁର୍ଚ୍ଛନା ପକ୍ଷରୁ ଚିର ସବୁଜ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ ! ଭାରତୀୟ ସଙ୍ଗୀତ ଜଗତ ଦୁଇ କିମ୍ବଦନ୍ତୀ ସ୍ୱରଶିଳ୍ପୀ ଲତା ମଙ୍ଗେଶକର ଓ ଆଶା ଭୋସଲେଙ୍କ ଅମର ଚିର ସବୁଜ ସଙ୍ଗୀତ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ବିଶିଷ୍ଟ ଗୀତିକାର ଅରୁଣ ମନ୍ତ୍ରୀ, ସୁପ୍ରିମକୋର୍ଟ ର ଆଇନଜୀବୀ ପର୍ଶୁରାମ ଦାଶ , ଅତିରିକ୍ତ ପୋଲିସ ଆୟୁକ୍ତ କୃଷ୍ଣଚନ୍ଦ୍ର ସେଠି , ବିଶିଷ୍ଟ ଗାୟିକା ଶ୍ରୀମତୀ ଶୈଳଭାମା ମହାପାତ୍ର, ଉଦ୍ୟୋଗୀ ଇଞ୍ଜିନିୟର ପ୍ରସନ୍ନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତିଭାବାନ କଣ୍ଠଶିଳ୍ପୀ ଲୋଭା, ଶ୍ରୀନିବାସ, ସୈଜଲ, ଡ. ଅଞ୍ଜନ, ସୀମା, ବିଷ୍ଣୁ, ମମତା, ଅୟସକାନ୍ତ, ସ୍ୱପ୍ନା, କିଶୋର ଓ ଶିଖା ପ୍ରମୁଖ ଉପସ୍ଥିତ ରହିଥିଲେ । ଶୀଶା ହୋ ୟା ଦିଲ ହୋ , ଆଓ ହଜୁର ତୁମକୋ , ତେରେ ଇସ୍କ କୋ ମୁଝପେ ହୁଆ ୟେ ଅସର , ଶାୟଦ ମେରୀ ଶାଦୀ କା ଖୟାଲ , ମେଘା ରେ ମେଘା ରେ , ରାତ କେ ହମସଫର.. କଜରା ଲଗୋ ଗଜରା ସଜାକେ , ଜିନ୍ଦଗି ନା ତୁଟେ ଲଡ଼ୀ , ୟାରା ଓ ୟାରା , ତୁମସେ ମୀଲକର ନା ଜାନେ କ୍ୟୁଁ , ହୱା କେ ସାଥ ସାଥ , ହମ ତୁମ ଦୋ ଜବ ମିଲ ଜାଏଙ୍ଗେ ଇତ୍ୟାଦି ଲତା ଓ ଆଶାଙ୍କ ଅନେକ ଲୋକପ୍ରିୟ ଗୀତ ପରିବେଷଣ କରି କଣ୍ଠଶିଳ୍ପୀ ମାନେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ! କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ କୁମାର ଗୌରବ ପଣ୍ଡା ଓ ସୌମ୍ୟ !

Leave a Reply

Your email address will not be published. Required fields are marked *