ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଇନ ସଚେତନତା କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲ୍‌ଏସ୍‌ଏ), ଗଜପତି ପକ୍ଷରୁ ମାନ୍ୟବର ଜିଲ୍ଲା ଜଜ୍‌-ତଥା-ଅଧ୍ୟକ୍ଷ, ଡିଏଲ୍‌ଏସ୍‌ଏ, ଗଜପତି ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶନାରେ ୩୦.୦୮.୨୦୨୬ ତାରିଖ ସକାଳ ୧୦.୦୦ ଘଟିକା ସମୟରେ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଡିଏଲ୍‌ଏସ୍‌ଏ, ଗଜପତିର ସଚିବ ଶ୍ରୀ ବିମଳ ରାଉଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବାର୍‌ର ଆଇନଜୀବୀ ଶ୍ରୀ ଆର୍‌. ବାବୁ ରାଓ ଏବଂ ସଖୀ–ୱାନ୍ ଷ୍ଟପ୍ ସେଣ୍ଟର, ପାରଳାଖେମୁଣ୍ଡିର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନୀତା ରଥ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଇଂରାଜୀ ଭାଷାର ରାୟଗୁଡ଼ିକୁ କୃତ୍ରିମ ବୁଦ୍ଧିମତ୍ତା (AI) ମାଧ୍ୟମରେ ଆଞ୍ଚଳିକ ଭାଷାକୁ ଅନୁବାଦ କରିବା ପାଇଁ ବ୍ୟବହୃତ SUVAS (Supreme Court Vidhik Anuvaad Software) ସମ୍ପର୍କରେ ସଚେତନତା ପ୍ରଦାନ କରାଯାଇଥିଲା।
ଏଥିସହ Orissa High Court Video Conferencing for Courts Rules, 2020 ର ସୁବିଧା ଓ ଉପକାରିତା, ନ୍ୟାୟାଳୟରେ ଉପଲବ୍ଧ Information and Communication Technology (ICT) ସୁବିଧା, Civil Procedure ADR Rules, 2007 ଏବଂ Civil Procedure Mediation Rules, 2007 ସମ୍ପର୍କରେ ମଧ୍ୟ ସଚେତନତା ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ନ୍ୟାୟିକ ପ୍ରକ୍ରିୟାରେ ଆଧୁନିକ ପ୍ରଯୁକ୍ତିର ଉପଯୋଗ, ଆଞ୍ଚଳିକ ଭାଷାରେ ନ୍ୟାୟିକ ସୂଚନାର ଉପଲବ୍ଧତା ଏବଂ ବିକଳ୍ପ ବିବାଦ ସମାଧାନ ଓ ମଧ୍ୟସ୍ଥତା ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି କରିବା।

Leave a Reply

Your email address will not be published. Required fields are marked *