ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଜରାଜୀର୍ଣ୍ଣ ହୋଇ ପଡିରହିଛି ଗୋଷ୍ଠୀ ଶୌଚାଳୟ , ଡମପଡା ବ୍ଲକ ତାଳବସ୍ତ ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି ଏପରି ଘଟଣା ! ଜିଲ୍ଲା ଜଳ ଓ ପରିମଳ ମିଶନ, କଟକ ତରଫରୁ 2020/21 ଆର୍ଥିକ ବର୍ଷରେ ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ଗ୍ରାମ ପଂଚାୟତର ବିଦ୍ୟାଧରପୁର ଗ୍ରାମର ମେଡିକାଲ ପାଖରେ 3 ଲକ୍ଷ ଟଙ୍କାରେ ଗୋଷ୍ଠୀ ଶୌଚାଳୟ ନିର୍ମିତ ହୋଇଥିଲା | ସ୍ଵଛ ଭାରତ ଯୋଜନାରେ ଗ୍ରାମାଞ୍ଚଳ ସଫାସୁତରା ରଖିବା, ରାସ୍ତା ପାର୍ଶ୍ୱରେ ମଳତ୍ୟାଗ ନ କରିବା ଲକ୍ଷ ନେଇ ଏହା ନିର୍ମାଣ କରା ଯାଇଥିଲା | ପଂଚାୟତ ତରଫରୁ ଏହାର ସୁପରିଚାଳନା ପାଇଁ କେହି ନିୟୋଜିତ ନହେବା ଫଳରେ ପରବର୍ତ୍ତୀ ସମୟରେ ଏହାର କବାଟ ଝରକା ବିଦ୍ୟୁତ ସରଞ୍ଜାମ ସବୁ ଚୋରି ହୋଇଥିଲା | ସେତେବେଳର ସରପଞ୍ଚ ଏବଂ ବର୍ତ୍ତମାନର ସରପଞ୍ଚ ଦ୍ୱୟ କେହି ଏଥିପ୍ରତି ଦୃଷ୍ଟି ଦେଲେନାହିଁ | ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ସମାଜସେବୀ ବାରମ୍ବାର ଏହା ଉପରେ ବ୍ଲକ ପ୍ରଶାସନକୁ ଜଣେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ | ଡମପଡା ବ୍ଲକର ତାଳବସ୍ତ ଏବଂ ବିଲିପଡ଼ା ପଂଚାୟତ ଦୁଇଟିର ରାସ୍ତାଘାଟ ସବୁବେଳେ ଅପରିଷ୍କାର ସହିତ ରାସ୍ତା କଡରେ ଲୋକଙ୍କ ମଳତ୍ୟାଗ କରିବା ନିତିଦିନିଆ କାମ ଅଟେ | ଲୋକଙ୍କ ସେଵା ପାଇଁ ତିଆରି କରାଯାଇଥିବା ଅଳିଆ ବର୍ଜ୍ୟବସ୍ତୁ ଘର ସବୁ ଭାଙ୍ଗିଗଲାଣି | ରାସ୍ତା ମଝିରେ କୁଢ କୁଢ ଅଳିଆ ଆବର୍ଜନା ମାସ ମାସ ଧରି ପଡି ରହୁଛି | ଏହାକୁ ହଟେଇବା ପାଇଁ ପଂଚାୟତ ତରଫରୁ କୋଣସି ବ୍ୟବସ୍ଥା କରା ଯାଉନାହିଁ | ଏ ବିଷୟରେ ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି ଆଲୋକ ସାହୁ କୁହନ୍ତି ଏହାର ରକ୍ଷଣ ବେକ୍ଷ୍ୟଣ ପାଇଁ ପଂଚାୟତ ରେ ଟଙ୍କା ନାହିଁ | ନିର୍ବାହୀ ଅଧିକାରୀ ଲଷ୍ମୀଧର ପାଲ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରୁନାହାନ୍ତି | ଉଭୟ ପ୍ରଶାସନ ଓ ଜନ ପ୍ରତିନିଧି ଏଠି ଅନ୍ଧ ମୁକ ବଧିରର ଅଭିନୟ କରୁଛନ୍ତି ଯାହାଙ୍କ ପାଇଁ ସବୁବେଳେ ସାଧାରଣ ଲୋକ ହଇରାଣ ହେଉଛନ୍ତି |ଡମାପଡା ବିଡ଼ିଓ ଅଂଶୁମାନ ଦାସଙ୍କ ଦୃଷ୍ଟି ଆକର୍ଷଣ କରିବାରୁ କହିଛନ୍ତି ଯେ ଏହାର ନବୀକରଣ ପାଇଁ କିଛି ବଜେଟ କରି କାମ ପୂର୍ଣ୍ଣାଙ୍ଗ କରିବାକୁ ଚେଷ୍ଟା କରିବେ !
ଜରାଜୀର୍ଣ୍ଣ ହୋଇ ପଡିରହିଛି ଗୋଷ୍ଠୀ ଶୌଚାଳୟ !!!

