ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ,ଗୋବିନ୍ଦପୁର ପଞ୍ଚାୟତ ସ୍ଥିତ କଲରାଅଣ୍ଟା ଗ୍ରାମରେ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଜନ୍ମ ଦିନ ପରଦିନ, ନନ୍ଦଉତ୍ସବ ବହୁ ଆଡମ୍ବରରେ ପାଳନ କରାଯାଇଅଛି।ପରସ୍ପର ଭିତରେ ଭାଇଚାରା ସମ୍ପର୍କ,ମିଷ୍ଟାନ୍ନ ବଣ୍ଟନ,ହୁଳହୁଳି ,ହରିବୋଲ, ଖୋଳ କୀର୍ତ୍ତନ ଓ ଡିଜେ ବାଜା ରେ ସମସ୍ତ ଗ୍ରାମବାସୀ ମଜୀ ଯାଇଥିଲେ।ପରିଚାଳକ ସୁରେଶ ପ୍ରଧାନ,ଚଗଲି ପ୍ରଧାନ, ମହେଶ୍ୱର ପ୍ରଧାନ ,ନାଟ୍ୟକାର ପ୍ରକାଶ ଚନ୍ଦ୍ର ପ୍ରଧାନ ଓ ପୂର୍ବତନ ସରପଞ୍ଚ ପ୍ରମୋଦ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଉତ୍ସବ ପାଳନ କରାଯାଇଥିଲେ ମଧ୍ୟ ମିଥୁନ ସ୍ୱାଇଁ,ସୃତିରଞ୍ଜନ ପ୍ରଧାନ, ସିପୁନା ପ୍ରଧାନ,କୃଷ୍ଣ ଚନ୍ଦ୍ର ପ୍ରଧାନ,ସୁଦର୍ଶନ ପ୍ରଧାନ,ମହେନ୍ଦ୍ର ପଲେଇ,ଗୁରୁବାରି ସାହୁ,ଶତ୍ରୁଘ୍ନ ପ୍ରଧାନ,ସୁଜିତ୍ ସାହୁ ,ବୈକୁଣ୍ଠ ପ୍ରଧାନ,ବିବେକ ସାହୁ ,ଗଦାଧର ବେହେରା,ସମେତ ଶତାଧିକ ଗ୍ରାମବାସୀ ଏହି ଉତ୍ସବ ଟିକୁ ମହାସମାରୋହ ରେ ପାଳନ କରିଥିଲେ।ସମୀର ସ୍ୱାଇଁ ନନ୍ଦରାଜା ହୋଇଥିବା ବେଳେ ବୁଟନ୍’ ନନ୍ଦରାଣୀ ଅଭିନୟ କରୁଥିଲେ, ତା ସହିତ ଗ୍ରାମର କୁନି କୁନି କଳାକାର ମାନେ କୃଷ୍ଣ ବଳରାମ ଓ ସଖି ନୃତ୍ୟ କରୁଥିଲେ।ଆଖ ପାଖ ଗାଁରୁ ଖୁବ୍ ପ୍ରଶଂସା ସୁଅ ଛୁଟୁଥିଲା।
କଲରାଅଣ୍ଟା ଗ୍ରାମରେ ନନ୍ଦଉତ୍ସବ ଧୁମଧାମରେ ପାଳନ !!!

