ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ପାରାଦୀପ ବନ୍ଦରର ସଫଳତାରେ ଯୋଡ଼ି ହେଲା ଆଉ ଏକ ନୂଆ ଅଧ୍ୟାୟ। ପ୍ରଥମଥର ପାଇଁ ୧୬.୫ ମିଟର ଡ୍ରାଫ୍ଟ ବିଶିଷ୍ଟ ବିଶାଳ କ୍ୟାପ୍ସାଇଜ୍ ଜାହାଜକୁ Western Dock-1ରେ ସଫଳତାର ସହ ବର୍ଥିଂ କରିଛନ୍ତି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ। ଏହି ସଫଳତା ପାରାଦୀପ ବନ୍ଦରର ଡିପ୍-ଡ୍ରାଫ୍ଟ ଜାହାଜ ପରିଚାଳନା କ୍ଷମତାକୁ ଆହୁରି ମଜବୁତ କରିଛି । ପାରାଦୀପ ବନ୍ଦର ପାଇଁ ଐତିହାସିକ ସଫଳତା । ପ୍ରଥମଥର ପାଇଁ ୧୬.୫ ମିଟର ଡ୍ରାଫ୍ଟ ବିଶିଷ୍ଟ କ୍ୟାପ୍ସାଇଜ୍ ଜାହାଜ ଏମଭି ମିନେରାଲ୍ କ୍ବାଙ୍ଗୟାଙ୍ଗକୁ Western Dock-1ରେ ସଫଳତାର ସହ ବର୍ଥିଂ କରିଛି ପାରାଦୀପ ପୋର୍ଟ ଅଥରିଟି । ଅଷ୍ଟ୍ରେଲିଆର ହେ ପଏଣ୍ଟରୁ ୧ ଲକ୍ଷ ୫୨ ହଜାର ୭୦୨ ମେଟ୍ରିକ୍ ଟନ୍ କୋକିଂ କୋଇଲା ନେଇ ପାରାଦୀପରେ ପହଞ୍ଚିଥିଲା ଏହି ବିଶାଳ ଜାହାଜ । ୨୯୨ ମିଟର ଲମ୍ବର ଏହି କ୍ୟାପ୍ସାଇଜ୍ ଜାହାଜର ସଫଳ ବର୍ଥିଂ ପାରାଦୀପ ବନ୍ଦରର ଡିପ୍-ଡ୍ରାଫ୍ଟ ଜାହାଜ ପରିଚାଳନା କ୍ଷମତାର ଏକ ବଡ଼ ପ୍ରମାଣ ବୋଲି କୁହାଯାଉଛି । ଏହି ସଫଳତା ଦ୍ୱାରା ବଡ଼ ଆକାରର ଜାହାଜକୁ ଅଧିକ କାର୍ଯ୍ୟକ୍ଷମତାର ସହ ପରିଚାଳନା କରିବାରେ ପାରାଦୀପ ବନ୍ଦରର କ୍ଷମତା ଆହୁରି ବୃଦ୍ଧି ପାଇଛି । ଏହି ଐତିହାସିକ ସଫଳତା ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତ, ଟିମ୍ ପିପିଏ ଏବଂ ଟିମ୍ ଜେପିପିଏଲ୍କୁ ଅଭିନନ୍ଦନ ଜଣାଇଛନ୍ତି । ବଡ଼ ଜାହାଜ ପରିଚାଳନା କ୍ଷମତାରେ ଆଉ ଏକ ପାଦ ଆଗକୁ ବଢ଼ିଛି ପାରାଦୀପ ବନ୍ଦର। ୧୬.୫ ମିଟର ଡ୍ରାଫ୍ଟ ଜାହାଜର ସଫଳ ବର୍ଥିଂ ବନ୍ଦରର ଭିତ୍ତିଭୂମି ଓ କାର୍ଯ୍ୟକ୍ଷମତାକୁ ନୂଆ ଦିଗ ଦେଇଛି ।
ପାରାଦୀପ ବନ୍ଦରର ସଫଳତାରେ ଯୋଡ଼ି ହେଲା ଆଉ ଏକ ନୂଆ ଅଧ୍ୟାୟ !!!

