୧୫ ଦିନରେ ଅସୁରକ୍ଷିତ କୋଠା ଚିହ୍ନଟ ନିର୍ଦ୍ଦେଶ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଦୀପକ କୁମାର ପଣ୍ଡା : ସହରାଞ୍ଚଳରେ ବିଭିନ୍ନ ବିଲ୍ଡିଙ୍ଗ ଯାଞ୍ଚ କରିବେ ସରକାର୍। ବିପଦପୂର୍ଣ୍ଣ କୋଠା ବିରୋଧରେ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ । ଅସୁରକ୍ଷିତ ସରକାରୀ ଏବଂ ବେସରକାରୀ କୋଠା ଅନୁଧ୍ୟାନ କରାଯାଇ ନୋଟିସ କରାଯିବ। ନଗର ଉନ୍ନୟନ ବିଭାଗର କୋଠା ଦୁର୍ବଳ ଥିଲେ ତାକୁ ଭଙ୍ଗାଯାଇ ନୂଆ ନିର୍ମାଣ କରାଯିବ। ଦିଲ୍ଲୀରେ ଅଘଟଣ ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ସହରାଞ୍ଚଳରେ ବିଭିନ୍ନ ବିଲ୍ଡିଙ୍ଗ ଯାଞ୍ଚ କରିବେ ସରକାର୍। ବିପଦପୂର୍ଣ୍ଣ କୋଠା ବିରୋଧରେ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ।

ଅସୁରକ୍ଷିତ ସରକାରୀ ଏବଂ ବେସରକାରୀ କୋଠା ଅନୁଧ୍ୟାନ କରାଯାଇ ନୋଟିସ କରାଯିବ। ନଗର ଉନ୍ନୟନ ବିଭାଗର କୋଠା ଦୁର୍ବଳ ଥିଲେ ତାକୁ ଭଙ୍ଗାଯାଇ ନୂଆ ନିର୍ମାଣ କରାଯିବ। ଅନ୍ୟ ବିଭାଗର ସରକାରୀ କୋଠା ସେପରି ଥିଲେ ସମ୍ପୃକ୍ତ ବିଭାଗକୁ ଅବଗତ କରାଯିବ। ବେସରକାରୀ ହେଲେ ମଧ୍ୟ ସେମାନଙ୍କୁ ନୋଟିସ କରାଯିବ। ଗତକାଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ । ୧୫ ଦିନିଆ ଯାଞ୍ଚ ଓ ପରିଦର୍ଶନ ଅଭିଯାନ ହାତକୁ ନିଆଯାଇଛି କହିଲେ ନଗର ଉନ୍ନୟନ ମନ୍ତ୍ରୀ । ଏହା ସହ କଟକ ଓ ପୁରୀ ଭଳି ପୁରୁଣା ସହରଗୁଡ଼ିକରେ ଏହି ଯାଞ୍ଚ ଅଭିଯାନ ନିର୍ଦ୍ଦେଶ ଦିଆଯାଇଛି । ଯାଞ୍ଚକାରୀ ଦଳ ସନ୍ଦେହଜନକ ବିପଦପୂର୍ଣ୍ଣ କୋଠାଗୁଡ଼ିକର ବିସ୍ତୃତ ଯାଞ୍ଚ କରିବ । ସେମାନଙ୍କର ଗଠନାତ୍ମକ ସ୍ଥିତି ଓ ସୁରକ୍ଷାର ଆକଳନ କରିବ ଯାଞ୍ଚକାରୀ ଟିମ୍‌ । ନିର୍ଦ୍ଧାରିତ ସମୟ ମଧ୍ୟରେ ଯାଞ୍ଚ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ । ଖୁବ୍ ଶୀଘ୍ର ବିପଦପୂର୍ଣ୍ଣ ପ୍ରମାଣିତ କୋଠାଗୁଡ଼ିକୁ ଭାଙ୍ଗିବା ପାଇଁ ନୋଟିସ୍ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *