ସରକାରୀ ସାହାଯ୍ୟ ପାଇଁ ମାଉଥ କ୍ୟାନସର ପିଡୀତଙ୍କ ଅନୁରୋଧ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମାଉଥ କ୍ୟାନସର ରେ ପୀଡ଼ିତ ପ୍ରଶାନ୍ତ ବାରିକ , ସରକାରୀ ସହାୟତା ପାଇଁ ଜିଲ୍ଲା ପ୍ରଶାସନ କୁ ଅନୁରୋଧ କରିଛନ୍ତି । ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ର କେରାଣ୍ଡି ପଞ୍ଚ।ୟତର ପୁରୁଣା କେରାଣ୍ଡି ଗ୍ରାମର ବାସିନ୍ଦା ପ୍ରଶାନ୍ତ ବାରିକ । ସେ ମୁଖ ଗହ୍ୱର କର୍କଟରେ ପୀଡ଼ିତ ଅଛନ୍ତି , ଚିକିତ୍ସା ହେଉଛନ୍ତି । ହେଲେ ଅର୍ଥ ସାଜିଛି ବାଧକ ! ତାଙ୍କର ପରିବାର କହିଲେ ସ୍ତ୍ରୀ ଓ ଦୁଇଟି ଛୁଆ । ବର୍ତ୍ତମାନ ଚିକିତ୍ସାରେ ମାସକୁ ପନ୍ଦର ହଜାର ଟଙ୍କା ଖର୍ଚ୍ଚ ହେଉଛି । ସେ ବର୍ତମାନ କିଛି କାମ କରି ପାରୁ ନାହାନ୍ତି , ଯାହା ଫଳରେ ଘର ଚଳିବା କଷ୍ଟକର ହୋଇ ପଡିଛି । କଟକ ରେ ସେ ଚିକିତ୍ସା ହେଉଥିବାର ପ୍ରକାଶ କରିଛନ୍ତି । ସରକାର କିମ୍ବା ଜିଲ୍ଲା ପ୍ରସାଶନ ଏଥି ପ୍ରତି ଗୁରୁତ୍ଵ ଦେଲେ ପ୍ରଶାନ୍ତ ବାରିକ ଉପକୃତ ହୋଇ ପାରନ୍ତେ !

Leave a Reply

Your email address will not be published. Required fields are marked *